Latest Odisha News

BREAKING NEWS

ପୁରୀରେ କଙ୍ଗନା; ଜଗା ଦର୍ଶନ ସହ କଲେ ବେଢ଼ା ପରିକ୍ରମା

ପୁରୀ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଥିଲେ। ତେବେ ଆଜି ଭୋରରୁ କାଙ୍ଗନା ଭୁବନେଶ୍ୱରରୁ ପୁରୀ ଯାଇ ସେଠାରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିବା ସୂଚନା ମିଳିଛି।

କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଂଚିଥିଲେ କାଙ୍ଗନା । ସମୟରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ  ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ । କଙ୍ଗନା ଶ୍ରୀଜିଉଙ୍କ ମଙ୍ଗଳ ଆଳତୀ ଦର୍ଶନ କରିବା ସହ ବେଢା ପରିକ୍ରମା କରିଛନ୍ତି ।

ଫିଲ୍ମ ଫେୟାର ଆୱାର୍ଡଠାରୁ ଆରମ୍ଭ କରି ବହୁ ଜାତୀୟ ସ୍ତରୀୟ ସମ୍ମାନ ପାଇଛନ୍ତି କଙ୍ଗନା । ଖୋଲା ମନ୍ତବ୍ୟକୁ ନେଇ ସେ ଅଧିକାଂଶ ସମୟରେ ବିବାଦୀୟ ହୋଇ ଆସିଛନ୍ତି । ଅଭିନେତା ସୁଶାନ୍ତ ସିଂରାଜପୁତ ମୃତ୍ୟୁ ଘଟଣାରେ ମନ୍ତବ୍ୟ ଦେଇ ବେଶ୍ ଚର୍ଚ୍ଚାକୁ ଆସିଥିଲେ କଙ୍ଗନା ।

Leave A Reply

Your email address will not be published.