Latest Odisha News

BREAKING NEWS

ସୁପ୍ରିମକୋର୍ଟରେ ଆଜି କୋଟିଆ ମାମଲାର ଶୁଣାଣି

ନୂଆଦିଲ୍ଲୀ: କୋଟିଆ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ରହିଛି ।  ଜଷ୍ଟିସ ଏ.ଏମ୍. ଖାନ୍‌ୱିଲକର ଓ ଜଷ୍ଟିସ ଦୀନେଶ ମାହେଶ୍ୱରୀଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ । ତାପୂର୍ବରୁ ଓଡିଶାର ଅଦାଲତ ଅବମାନନା ଅଭିଯୋଗ ସଂପର୍କିତ ପିଟିସନ ଉପରେ ଜବାବ ଦାଖଲ କରିଥିଲା ଆନ୍ଧ୍ରପ୍ରଦେଶ ।

ସତ୍ୟପାଠରେ କୋଟିଆରେ ନିର୍ବାଚନ କରି ଅଦାଲତର ଅବମାନନା କରାଯାଇନାହିଁ ବୋଲି ଉଲ୍ଲେଖ କରିଛି । ୧୯୫୨ ମସିହାରୁ କୋଟିଆରେ ନିର୍ବାଚନ କରି ଆସୁଥିବା ଦର୍ଶାଇଛି ।

ଏଥିସହ ୨୦୦୬ ଓ ୨୦୧୩ରେ ବି ପଞ୍ଚାୟତ ଭୋଟ୍ ହୋଇଥିବା କହିଛି ଆନ୍ଧ୍ର । ପୂର୍ବ ରାୟରେ ସୁପ୍ରିମକୋର୍ଟ କୌଣସି ନିିର୍ଦ୍ଦେଶ ଦେଇ ନଥିବାରୁ ଅଦାଲତ ଅବମାନନା କିଭଳି ହେବ ବୋଲି ପ୍ରଶ୍ନ ବି ଉଠାଇଛି ଆନ୍ଧ୍ରପ୍ରଦେଶ ।

ଅନ୍ୟପଟେ ଆନ୍ଧ୍ରକୁ କଡ଼ା ଜବାବ ଦେବାକୁ ତଥ୍ୟ ଆଧାରରେ ପ୍ରସ୍ତୁତ ହେଉଛନ୍ତି ଓଡିଶା ସରକାର । ଆନ୍ଧ୍ରର ଜବାବ୍ ଉପରେ ପ୍ରତି ଜବାବ ଦାଖଲ ପାଇଁ ଆଜିର ଶୁଣାଣିରେ ଓଡ଼ିଶା ସୁପ୍ରିମକୋର୍ଟଙ୍କୁ ପାଖରୁ ସମୟ ମାଗି ପାରନ୍ତି । ଆଜି ଶୁଣାଣି ବେଳେ ଆନ୍ଧ୍ରର ସତ୍ୟପାଠକୁ ସର୍ବୋଚ୍ଚ ଅଦାଲତ ଗ୍ରହଣ କରିବେ କି ନାହିଁ ? କି ଆଭିମୁଖ୍ୟ ରଖିବେ ସୁପ୍ରିମକୋର୍ଟ ତାଉପରେ ସମସ୍ତଙ୍କର ନଜର ରହିଛି ।

Leave A Reply

Your email address will not be published.