Latest Odisha News

BREAKING NEWS

Shilpa Shetty: ଜଗନ୍ନାଥଙ୍କୁ ଦର୍ଶନ କଲେ ଶିଳ୍ପା, ଆଉ କହିଲେ..

ପୁରୀ: ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଫେରିଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ନିଜ ପରିବାର ଲୋକଙ୍କ ସହ ଆସି ଜଗନ୍ନାଥଙ୍କୁ ଦର୍ଶନ କରି ପ୍ରଭୁଙ୍କ ଆଶିଷ ଲାଭ କରିଛନ୍ତି ସେ । କଡା ସୁରକ୍ଷା ବଳୟ ମଧ୍ୟରେ ଶିଳ୍ପାଙ୍କୁ ଶ୍ରୀମନ୍ଦିର ସିଂହଦ୍ୱାର ଯାଏଁ ନିଆଯାଇଥିଲା । ସେଠାରେ ସେ ପହଞ୍ଚିବା ପରେ ତାଙ୍କର କୌଳିକ ପଣ୍ଡା ସ୍ୱାଗତ କରିଥିଲେ । ଏହାପରେ ଶ୍ରୀମନ୍ଦିରରେ ପ୍ରବେଶ କରି ଜଗନ୍ନାଥଙ୍କୁ ସେ ଦର୍ଶନ କରିଥିଲେ । ତାଙ୍କ ଜୀବନରେ ପ୍ରଭୁ ଖୁସି ଦେବା ସହ ସମଗ୍ର ପୃଥିବୀର ଲୋକ ଶାନ୍ତିରେ ରଖନ୍ତୁ ପ୍ରଭୁ ଜଗନ୍ନାଥ ବୋଲି ସେ କହିଛନ୍ତି ।

ଶିଳ୍ପା ଜଗନ୍ନାଥଙ୍କ ଦର୍ଶନ କରିବା ପରେ ବେସ ଖୁସି ହୋଇଛନ୍ତି । ଏଠାକାର ଆରେଞ୍ଜମେଣ୍ଟପୋଲିସ ପ୍ରଶାସନର ସଠିକ ଦାୟିତ୍ୱ ପାଇଁ ସେ ଧନ୍ୟବାଦ ଦେଇଛନ୍ତି । ଜଗନ୍ନାଥ ଙ୍କ ଦର୍ଶନ କେବଳ ଭାଗ୍ୟରେ ଥିଲେ ମିଳେ । ଆଉ ସେହି କାଳିଆ ଠାକୁର ସମସ୍ତଙ୍କୁ ଏ ଦୁଃଖର ଦରିଆରୁ ପାର କରିବ ବୋଲି କହିଛନ୍ତି । ଜଗନ୍ନାଥ ମହାପ୍ରଭୁ ଚାହିଁଲେ କାହାରି ଦୁଃଖ ରହିବ ନାହିଁ, ସତ ମନରେ ପ୍ରଭୁଙ୍କୁ ସ୍ମରଣ କଲେ ଜଗନ୍ନାଥ ଦୁଃଖ ଶୁଣନ୍ତି । ଭଗବାନଙ୍କ ପାଖରେ କେହି ଧନୀ ଗରିବ ନୁହଁନ୍ତି, ଯିଏ ଏହି ଧାମକୁ ଆସି ଖାଲି ହାତରେ ଫେରେ ନାହିଁ । ସେଥିପାଇଁ ଶିଳ୍ପା ପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।

ଚଳିତଥର ତାଙ୍କର ଏଠାକୁ ଆସିବା ପରେ ଭଲ ଅଭିଜ୍ଞତା ହୋଇଛି । ସେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ପାଶ୍ୱର୍ ଦେବାଦେବୀଙ୍କୁ ମଧ୍ୟ ଦର୍ଶନ କରିଥିଲେ । ପୁରା କଡା ସିକ୍ୟୁରିଟି ମଧ୍ୟରେ ଶିଳ୍ପା ଦର୍ଶନ କରିଥିଲେ । ସେହିପରି ଶିଲ୍ପାଙ୍କୁ ପୁରୀରେ ପହଞ୍ଚିବା ଦେଖି ପ୍ରବଳ ଭିଡ ଜମିଥିଲା । ଆଉ ଶିଳ୍ପା ମଧ୍ୟ ସାଧାରଣ ଭକ୍ତଙ୍କ ପରି ଜଗନ୍ନାଥଙ୍କୁ ଦର୍ଶନ କରି ଫେରିଛନ୍ତି । ଜଗନ୍ନାଥ ସମସ୍ତଙ୍କ ମଙ୍ଗଳ କାମନା କରନ୍ତୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.