Latest Odisha News

BREAKING NEWS

ଡ୍ରଗ୍ସ ସ୍କାନରରେ ନାହାଁନ୍ତି କେହି ବଲିଉଡ ସେଲିବ୍ରିଟି: ଏନସିବି

ମୁମ୍ବାଇ: ଡ୍ରଗ୍ସ ଲିଙ୍କରେ ବଲିଉଡ ସେଲିବ୍ରିଟିଙ୍କ ନାମ ଉଠୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)।

ଏହା ପୂର୍ବରୁ ରିୟାଙ୍କୁ ଜେରା ବେଳେ ସେ ବଲିଉଡର ନାମୀଦାମୀ ୨୫ ସେଲିବ୍ରିଟିଙ୍କ ନାମ ନେଇଥିଲେ । ଏପରିକି ସେମାନଙ୍କର ଡ୍ରଗ୍ସ ଲିଙ୍କ ଥିବା ଦର୍ଶାଇଥିଲେ । ଯେଉଁମାନେକି ଏବେ ଏନସିବିର ରାଡାରରେ ଆସିଥିବା ଶୁଣିବାକୁ ମିଳିଥିଲା ।

ହେଲେ ଏଭଳି ରିପୋର୍ଟକୁ ଖଣ୍ଡନ କରି ଏନସିବି ଡେପୁଟି ଡାଇରେକ୍ଟର କେପିଏସ ମଲହୋତ୍ରା କହିଛନ୍ତି ଯେ ଆମେ କୌଣସି ବଲିଉଡ ଲିଷ୍ଟ ପ୍ରସ୍ତୁତ କରିନାହୁଁ । ପୂର୍ବରୁ କେବଳ ଡ୍ରଗ୍ସ ପେଡଲର ଓ ଟ୍ରାଫିକରଙ୍କ ନାମର ତାଲିକା ପ୍ରସ୍ତୁତ କରିଥିଲୁ ।

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ଜି ନ୍ୟୁଜର ରିପୋର୍ଟ ଅନୁଯାୟୀ ଡ୍ରଗ୍ସ ଲିଙ୍କରେ ରିୟା ତଦନ୍ତ ଏଜେନ୍ସି ଆଗରେ ସାରା ଅଲ୍ଲୀ ଖାନ, ରକୁଲ ପ୍ରିତ ସିଂହ, ଡିଜାଇନର ସିମୋନ ଖମ୍ବାଟା, ସୁଶାନ୍ତଙ୍କ ସାଙ୍ଗ ତଥା ପୂର୍ବତନ ମ୍ୟାନେଜର ରୋହିନୀ ଆୟର ଓ ମୁକେଶ ଛାବ୍ରାଙ୍କ ନାମ ନେଇଥିଲେ ।

Leave A Reply

Your email address will not be published.