Latest Odisha News

ମଲାଇକା କହିଲେ, ‘ଯୌବନ ଯିବା ପୂର୍ବରୁ ଭ୍ୟାକସିନ୍ ଆଣ’

ମୁମ୍ବାଇ: ଚିନ୍ତାରେ ବଲିଉଡର ମୁନ୍ନି । ସେ କରୋନା ସଂକ୍ରମଣ ଶିକାର ହେବା ପରେ ତାଙ୍କ ଅଭିନେତ୍ରୀ ମଲାଇକା ଅରୋରାଙ୍କ ବଢ଼ିଚାଲିଛି ଚିନ୍ତା। କରୋନା ଲାଗି ତାଙ୍କ ଯୌବନ ଚାଲିଯାଉଛି । କିଏ କୋଭିଡ ଭ୍ୟାକ୍‌ସିନ୍ ତିଆରି କରିଦିଅ, ନହେଲେ ଯୌବନ ଚାଲିଯିବ ବୋଲି ମଲାଇକା କହିଛନ୍ତି । ସେ ନିଜ ଇଂଷ୍ଟାଗ୍ରାମରେ ଯୌବନ ଯିବା ପୂର୍ବରୁ କିଏ ଭ୍ୟାକ୍‌ସିନ ତିଆରି କରି ଦିଅନ୍ତୁ ବୋଲି ଲେଖିଛନ୍ତି । ତାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ମଲାଇକାଙ୍କ ଏହି ପୋଷ୍ଟରୁ ଅନୁମାନ କରାଯାଇପାରେ ଯେ ସେଲ୍ଫ କ୍ଵାରେଣ୍ଟାଇନ ଯୋଗୁଁ ସେ ଚିନ୍ତିତ ଅଛନ୍ତି । ତେବେ ମଲାଇକା ଏହି ପୋଷ୍ଟ ମଜାକିଆ ଅନ୍ଦାଜରେ ପୋଷ୍ଟ କରିଥିବା ଜଣାପଡିଛି ।

ନିକଟରେ ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା କରୋନା ସଂକ୍ରମଣ ଶିକାର ହୋଇଥିବା ଜଣାପଡିଥିଲା । ମଲାଇକା ନିଜ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରୁ ଏନେଇ ସୂଚନା ଦେଇଥିଲେ । ସେ ସେଲ୍ଫ କ୍ଵାରେଣ୍ଟାଇନ୍ ଥିବା ମଧ୍ୟ ସୂଚନା ଦେଇଥିଲେ ।  ମଲାଇକା ଅରୋରାଙ୍କ ଠିକ ପୂର୍ବରୁ ଅର୍ଜୁନ କପୁର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଅର୍ଜୁନ କପୁର ନିଜେ ସୋସିଆଲ୍ ମିଡ଼ିଆରେ ଏନେଇ ସୂଚନା ଦେଇଥିଲେ ।

Leave A Reply

Your email address will not be published.