ମୁମ୍ବାଇ: ଗୋଟିଏ ସମୟରେ ବଲିଉଡରେ ନେପୋଟିଜମର ଝଡ଼ ଉଠିଥିବା ବେଳେ ଅଭିନେତ୍ରୀ ସନ୍ନି ଲିଓନି ବଲିଉଡ ତାଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିବା ଅନୁଭବ କରିଥିବା ପ୍ରକାଶ କରିଛନ୍ତି।
ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସନ୍ନି ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଜଣେ ଆଉଟ ସାଇଡର ହୋଇଥିଲେ ମଧ୍ୟ ସେ ବଲିଉଡରେ କାମ କରିବାର ସୁଯୋଗ ପାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା କେବଳ କଠିନ ପରିଶ୍ରମ ଯାହା ଶେଷରେ ଫଳ ଦେଇଥାଏ । ଯଦିଓ ଆଠ ବର୍ଷ ପୂର୍ବେ ତାଙ୍କ ପାଇଁ ପରିସ୍ଥିତି ଭିନ୍ନ ଥିଲା, ତାଙ୍କର ପସନ୍ଦ ଏବଂ ନିଷ୍ପତ୍ତି ହିଁ ତାଙ୍କୁ ଆଜି ଏହି ସ୍ଥାନରେ ପହଞ୍ଚାଇଛି । ଲୋକମାନେ ତାଙ୍କୁ ବୁଝିବା ପାଇଁ ସମୟ ନେଇଥିଲେ। କିନ୍ତୁ ସମସ୍ତେ ତାଙ୍କ ପ୍ରତି ପ୍ରକୃତରେ ଦୟାଳୁ ଥିଲେ । ସନ୍ନି ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକାରେ ଜିନିଷ ସମ୍ପୂର୍ଣ୍ଣ ଭିନ୍ନ, କିନ୍ତୁ ସେ ଆଉ ଭାରତରେ ଜଣେ ବାହାର ଲୋକ ଭଳି ଅନୁଭବ କରନ୍ତି ନାହିଁ।
Comments are closed.