Latest Odisha News

BREAKING NEWS

ପୁଣି ମହେଶ ଭଟ୍ଟଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ !

ମୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଛନ୍ଦି ହୋଇଥିବା ମହେଶ ଭଟ୍ଟ ଆଉ ଏକ ଅଭିଯୋଗକୁ ନେଇ ଚିନ୍ତାରେ ପଡିଛନ୍ତି । ବଲିଉଡର ଜଣେ ଅଭିନେତ୍ରୀ ତାଙ୍କ ବିରୋଧରେ ଆଣିଛନ୍ତି ନିର୍ଯ୍ୟାତନା ଅଭିଯୋଗ । ଏକ ଭିଡିଓ ଜରିଆରେ ଅଭିନେତ୍ରୀ ଜଣକ ଅଭିଯୋଗ କରିଥିଲାବେଳେ ସୋସିଆଲ ମିଡିଆରେ ଏହା ଭାଇରାଲ୍ ହୋଇଛି ।

ଅଭିନେତ୍ରୀ ଲୁଭିନା ଲୋଧଙ୍କୁ ନେଇ ବଲିଉଡରେ ମୁଣ୍ଡ ଟେକିଛି ନୂଆ ବିବାଦ । ଇନ୍‌ଷ୍ଟାଗ୍ରାମରେ ସେ ଏକ ଭିଡିଓରେ ମହେଶ ଭଟ୍ଟ ତାଙ୍କୁ ବାରମ୍ବାର ଧମକଚମକ ଦେଇଆସୁଥିବା କହିଛନ୍ତି । ଅଭିନେତ୍ରୀ ମହେଶ ଭଟ୍ଟଙ୍କ ପୁତୁରା ସୁମିତ ସଭରୱାଲ୍‌ଙ୍କୁ ସେ ବିବାହ କରିଥିଲେ । ହେଲେ ତାଙ୍କ ସ୍ୱାମୀ ଡ୍ରଗ୍ସ କାରବାର କରୁଥିବାରୁ ସେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ।

 

View this post on Instagram

 

I m being harrased by Mahesh Bhatt & family. Pls support.

A post shared by Actor | Luviena Lodh (@luvienalodh) on

ଏହି ଭିଡିଓଟିକୁ ଲୁଭିନା ନିଜର ତଥା ପରିବାରର ସୁରକ୍ଷା ପାଇଁ ସେୟାର କରିଥିବା ପ୍ରକାଶ କରିଛନ୍ତି । ଲୁଭିନା ମହେଶ ଭଟ୍ଟଙ୍କୁ ବଲିଉଡର ଡନ୍ ବୋଲି ବିବେଚନା କରିଛନ୍ତି । ଯେଉଁମାନେ ତାଙ୍କ ଇଛା ବିରୋଧରେ ନିଷ୍ପତ୍ତି ନେଇଥାନ୍ତି, ମହେଶ ତାଙ୍କୁ ଶାନ୍ତିରେ ବଂଚିବାକୁ ଦେଇନଥାନ୍ତି । ଅନେକ ଲୋକଙ୍କୁ ମହେଶ ବର୍ବାଦ କରିଥିଲାବେଳେ ଛାଡପତ୍ର ଆବେଦନ ପରଠୁ ସେ ମୋତେ ଘରୁ ତଡିବାକୁ ଚକ୍ରାନ୍ତ ଚଳାଇଛନ୍ତି । ଭିଡିଓରେ କିଛି ଏପରି କଥା କହିଛନ୍ତି ଅଭିନେତ୍ରୀ ଲୁଭିନା ।

ଏହି ଭିଡିଓରେ ସେ ଏପରି ବି କହିଛନ୍ତି ଯେ, “ଯଦି ତାଙ୍କର କିଛି କ୍ଷତି ହୁଏ ତବେ ଏଥିପାଇଁ ମହେଶ ଭଟ୍ଟ, ମୁକେଶ ଭଟ୍ଟ, ସୁମିତ ସଭରୱାଲ, ସାହିଲ ସେହଗଲ ଓ କୁମ୍‌କୁମ୍ ସେହଗଲ ଦାୟୀ ରହିବେ” । ୨୦୧୦ରେ ଅଭିନେତ୍ରୀ ଲୁଭିନା ହିମେଶ ରେଶମିୟାଁଙ୍କ ସହ ପୂଜା ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ କଜରାରେ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ।

Leave A Reply

Your email address will not be published.