Latest Odisha News

BREAKING NEWS

୫୦୦୦କୋଟି ବ୍ୟବସାୟ ଲକ୍ଷ୍ୟରେ ବଲିଉଡ !

ମୁମ୍ବାଇ: ୨୦୨୦ରେ ଭାରତୀୟ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀ (ବଲିଉଡ) ୫୦୦୦ରୁ ଊଦ୍ଧ୍ୱର୍ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟରେ ରହିଛି।

ଚଳିତ ବର୍ଷ କମଲ ହାସନଙ୍କ ଇଣ୍ଡିଆନ-୨ ସର୍ବାଧିକ ୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ।

ସମ୍ପୂର୍ଣ୍ଣ ବ୍ୟବସାୟିକ ଭିତିକ ଫିଲ୍ମ ମଧ୍ୟରେ ରଣବୀରଙ୍କ ସମଶେର, ସଞ୍ଜୟ ଦତଙ୍କ ସଡକ-୨, ଅକ୍ଷୟ କୁମାରଙ୍କ ସୂର୍ଯ୍ୟବଂଶୀ, ବଚନ ପାଣ୍ଡେ, ବେଲ ବଟ୍ଟମ ଓ ଲକ୍ଷ୍ମୀ ବମ୍ବ, ଅଜୟ ଦେବଗନଙ୍କ ଭୂଜ, ଅମୀର ଖାଁଙ୍କ ଲାଲ ସିଂ ଚଢ଼ା ଉପରେ ଫିଲ୍ମ ପ୍ରେମୀ ନଜର ରଖିଛନ୍ତି ।

ଏହାବ୍ୟତୀତ ୨୦୨୦ରେ ୧୧ ବାୟୋପିକ୍ (ଆତ୍ମଜୀବନୀ), ୭ ମହିଳା ପ୍ରଧାନ ଓ ୪ ଖେଳାଳିଙ୍କ ଉପରେ ଫିଲ୍ମ ନିର୍ମାଣ ହେଉଛି । ଅଜୟ ଦେବଗନ, ଅକ୍ଷୟ କୁମାର, ରଣବୀର ସିଂ, ଦୀପିକା ପାଦୁକୋନଙ୍କ ପରି ବଡ ଷ୍ଟାର ଉପରୋକ୍ତ ଫିଲ୍ମରେ ଅଭିନୟ କରୁଥିବାରୁ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି।

୨୦୧୯ରେ ବଲିଉଡ ୪୩୫୦ କୋଟି ଟଙ୍କା ବ୍ୟବସାୟ କରିଥିବାରୁ ଏଥର ଏହାଠାରୁ ଅଧିକ ହେବ ବୋଲି ଆଶା କରାଯାଉଛି ।

ଗୁରୁତ୍ୱପୂର୍ଣ୍ଣ ଓ ଚର୍ଚ୍ଚିତ ଫିଲ୍ମ ମଧ୍ୟରେ ରହିଛି ମେଘନା ଗୁଲଜାରଙ୍କ ଦୀପିକା ପାଦୁକୋନଙ୍କ ଅଭିନୀତ ଛପାକ୍ । ଏଥିରେ ଦୀପିକା ଏସିଡ୍ ଆକ୍ରମଣର ଶୀକାର ହୋଇଥିବା ଲକ୍ଷ୍ମୀଙ୍କ ରୋଲ କରୁଛନ୍ତି । ଜୟଲଳିତା ବାୟୋପିକ୍ ଥାଲାଇବରେ କଙ୍ଗନା ରାୱତ ଅଭିନୟ କରୁଛନ୍ତି । ପରିଣତି ଚୋପ୍ରା ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲଙ୍କ ଏବଂ ବିଦ୍ୟା ବାଲାନ ଗଣିତଜ୍ଞ ଶକନ୍ତୁଳା ଦେବୀଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ ।

ସେହିପରି ରଣବୀର ସିଂ ୧୯୮୩ ହିରୋ କପିଳ ଦେବ, ଅକ୍ଷୟ କୁମାର ମହାନ ରାଜା ପୃଥ୍ୱୀରାଜ ଚୌହ୍ୱାନଙ୍କ ଏବଂ ଅଜୟ ଦେବଗାନ ଛତ୍ରପତି ଶିବାଜୀଙ୍କ ସୁବେଦାର ତାହ୍ନାଜୀ ମାଲୁସେରଙ୍କ ଭୂମିକା କରୁଛନ୍ତି ।

ଚଳିବର୍ଷ ୧୨ଟି ସିକ୍ୱେଲ ଫିଲ୍ମ ଆସୁଛି । ସେଗୁଡିକ ହେଲା, ଲବ ଆଜକଲ-୨, ଭୁଲ ଭୁଲେୟା-୨, କୁଲୀ ନଂ. ଦୋସ୍ତାନା-୨, ସଡକ-୨, ସତ୍ୟମେବ ଜୟତେ-୨, ହଙ୍ଗମା-୨, ଅଂଗ୍ରେଜି ମିଡିୟମ, ହେରାଫେରୀ-୩, ଇଣ୍ଡିଆନ-୨, ବାଗୀ-୩ ଓ ଶୁଭ ମଙ୍ଗଳ ଜ୍ୟାଦା ସାବଧାନ । ଏହି ଫିଲ୍ମଗୁଡିକ ପୂର୍ବ ସଫଳତା ଦୋହାରାଇବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.