Latest Odisha News

BREAKING NEWS

ମୁମ୍ବାଇରେ ଲକଜୁରିଅସ୍ ଆପାର୍ଟମେଣ୍ଟରେ ରହୁଛନ୍ତି ମାଧୁରୀ ଦିକ୍ଷୀତ ,ଘର ଭଡା ଦେଉଛନ୍ତି ୧୨ ଲକ୍ଷ

ମୁମ୍ବାଇ : ବଲିଉଡ୍ ଧକ୍ ଧକ୍ ଗର୍ଲ ମାଧୁରୀ ଦିକ୍ଷୀତ ସବୁବେଳେ ଲକଜୁରିଅସ୍ ଲାଇଫକୁ ନେଇ ଚର୍ଚ୍ଚାରେ ଥାନ୍ତି । ମୁମ୍ବାଇରେ ଏକ ବିଳାଶପୂର୍ଣ୍ଣ ଆପାର୍ଟମେଣ୍ଟରେ ରହୁଛନ୍ତି ବଲିଉଡ୍ ବିୟୁଟି ମାଧୁରୀ ଦିକ୍ଷୀତ। ଏହି ଆପାର୍ଟମେଣ୍ଟ ପାଇଁ ମାଧୁରୀ ୧୨ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଘର ଭଡା ଦେଉଛନ୍ତି। ସବୁବେଳେ ଡିଫରେଣ୍ଟ ଷ୍ଟାଇଲକୁ ନେଇ ସମସ୍ତଙ୍କ ମଧ୍ୟରେ ବଲିଉଡରେ ଚର୍ଚ୍ଚାରେ ଥାନ୍ତି ମାଧୁରୀ।

ମାଧୁରୀ ଦିକ୍ଷୀତ ମୁମ୍ବାଇର ୱର୍ଲି ଅଞ୍ଚଳରେ ରହୁଛନ୍ତି । ଏହା ଆପାର୍ଟମେଣ୍ଟ ଅତି ଲକଜୁରିୟସ୍ ଅଟେ । ୨୯ ତାଲାରେ ରହୁଛନ୍ତି ମାଧୁରୀଙ୍କ ପରିବାର। ସମୁଦ୍ରକୁ ମୁହଁ କରି ଏହି ଆପାର୍ଟମେଣ୍ଟ ରହିଛି । ନିକଟରେ ଏକ ଏଜେନ୍ସିରୁ ଖୁଲାସ ହୋଇଛି ଯେ ମାଧୁରୀ ୧୨ ଲକ୍ଷରୁ ଅଧିକ ଟଙ୍କା ଘର ଭଡା ଦେଉଛନ୍ତି।

Comments are closed.