Latest Odisha News

ଓସ୍କାର ରେସରୁ ବାଦ୍ ପଡିଲା ‘ଗଲୀବୟ’

ନୂଆଦିଲ୍ଲୀ: ରଣବୀର ସିଂ ଓ ଆଲିଆ ଭଟ୍ଟ ଅଭିନୀତ ବଲିଉଡ ଫିଲ୍ମ ‘ଗଲୀବୟ’ ଓସ୍କାର ଶର୍ଟ ଲିଷ୍ଟରୁ ବାଦ୍ ପଡିଛି ।

ଭାରତ ପକ୍ଷରୁ ୯୨ତମ ଓସ୍କାର ପୁରସ୍କାର ପାଇଁ ବେଷ୍ଟ ଇଣ୍ଟର ନ୍ୟାଶନାଲ ଫିଚର ତାଲିକାରେ ସାମିଲ କରାଯାଇଥିଲା । ଉରୀ ଦି ସର୍ଜିକାଲ ଷ୍ଟ୍ରାଇକ, କେସରୀ, ବଧାଇ ହୋ, ଆର୍ଟିକିଲ ୧୫ ପରି ଫିଲ୍ମକୁ ଅଣଦେଖା କରି ଗଲୀବୟକୁ ନୋମିନେଶନ କରାଯାଇଥିଲା ।

ଏହି ଫିଲ୍ମର ନିର୍ଦ୍ଦେଶନା ଜୋୟା ଅଖତାର ଦେଇଥିବା ବେଳେ ଫିଲ୍ମକୁ ରିତେଶ ସିଦ୍ଦୱାନୀ ଓ ଫରହାନ ଅଖତାର ପ୍ରଡ୍ୟୁସ କରିଥିଲେ ।

ଶର୍ଟ ଲିଷ୍ଟରେ ସାମିଲ କରାଯାଇଥିବା ୧୦ ଫିଲ୍ମ ହେଲା ଦି ପେଂଟେଡ ବଡି, ଟ୍ରୁଥ ଆଣ୍ଡ ଜଷ୍ଟିସ, ଲେସ ମିଜରେବେଲ୍ସ, ଦୋଜ ହୁ ରିମାଇଣ୍ଡେଡ, ହନୀଲ୍ୟାଣ୍ଡ, କର୍ପସ କ୍ରିଷ୍ଟି, ବିନପୋଲ, ଆଟଲାଂଟିକ୍ସ, ପାରାସାଇଟ ଏବଂ ପେନ୍ ଆଣ୍ଡ ଗ୍ଲୋରୀ ।

Leave A Reply

Your email address will not be published.