Latest Odisha News

BREAKING NEWS

ବଲିଉଡରେ ଏଣ୍ଟ୍ରି କଲେ ରେଳ ଷ୍ଟେସନରେ ଗୀତ ଗାଉଥିବା ରାନୁ ମଣ୍ଡଳ

ମୁମ୍ବାଇ: ରେଲୱେ ଷ୍ଟେସନରୁ ବଲିଉଡର ଷ୍ଟୁଡିଓ । କିଛି ଦିନ ତଳେ ଚର୍ଚ୍ଚାକୁ ଆସିଥିବା ରାନୁ ମଣ୍ଡଳ ଏବେ ସଙ୍ଗୀତ ଦୁନିଆର ସେନସେସନ ପାଲଟି ଯାଇଛନ୍ତି । ରେଲୱେ ଷ୍ଟେସନରେ ଭିକ୍ଷାବୃତ୍ତି କରୁଥିବା ରାନୁ ମଣ୍ଡଳ ଆଜି ବଲିଉଡରେ ପାଦ ଦେଇଛନ୍ତି ।

କିଛିଦିନ ତଳେ ଭିକ୍ଷାବୃତ୍ତି କରୁଥିବା ସମୟରେ ରାନୁଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଲତା ମଙ୍ଗେସକରଙ୍କର ଏକ ଗୀତ ଗାଇଥିବାର ଦେଖିବାକୁ ମିଳିଥିଲା । କିଛି ଯୁବକ ସେହି ଗୀତଟିକୁ ମୋବାଇଲରେ ସୁଟ୍ କରି ସୋସିଆଲ ମିଡିଆରେ ଛାଡିଥିଲେ ।

ପରବର୍ତ୍ତୀ ସମୟରେ ରାନୁ ଗାଇଥିବା ଗୀତଟି ଏତେ ମାତ୍ରାରେ ଭାଇରାଲ ହୋଇଥିଲା ଯେ ଘରେ ଘରେ ସେ ପରିଚିତ ହୋଇଗଲେ । ଖାଲି ସେତିକି ନୁହେଁ ରାନୁଙ୍କ କଣ୍ଠର ଯାଦୁ ବଲିଉଡ ଯାଏଁ ପହଞ୍ଚି ଗଲା । ପଶ୍ଚିମବଙ୍ଗ ରାନାଘାଟ ଅଞ୍ଚଳର ବାସିନ୍ଦା ହେଉଛନ୍ତି ରାନୁ ମଣ୍ଡଳ । ରେଡ଼ିଓରୁ ଶୁଣି ଗୀତ ଗାଇବା ଶିଖିଥିବା ରାନୁ କହନ୍ତି । ଅନେକ ପରିଶ୍ରମ ପରେ ମଧ୍ୟ ଲୋକ ଯେଉଁଠି ପହଞ୍ଚି ପାରୁ ନାହାଁନ୍ତି, ରାତାରାତି ରାନୁ ସେହି ବଲିଉଡରେ ଏଣ୍ଟ୍ରି ମାରିନେଲେ ।

ହୀମେଶ ରେଶମୀୟାଙ୍କ ସହ ଷ୍ଟୁଡିଓରେ ରାନୁ ଏକ ଗୀତ ଗାଉଥିବାର ଭିଡିଓ ଭାଇରାଲ ହେଉଛି । ହୀମେଶଙ୍କ ଆଗାମୀ ମୁଭି ପାଇଁ ରାନୁ ଗୀତ ଗଉଥିବା ଶୁଣିବାକୁ ମିଳୁଛି।

ମଣିଷର ଭାଗ୍ୟ ବଦଳିଲେ ସେ କେଉଁଠୁ ଯାଇ କେଉଁଠି ପହଞ୍ଚି ଯାଏ ତାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ରାନୁ ମଣ୍ଡଳ ।

Leave A Reply

Your email address will not be published.