Latest Odisha News

BREAKING NEWS

ଅରୁଣ ଜେଟଲୀଙ୍କ ବାସଭବନରେ ନବୀନଙ୍କ ଅନ୍ତିମ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ତାଙ୍କ ବାସଭବନରେ ଶେଷ ଦର୍ଶନ କରି ଅନ୍ତିମ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ତାଙ୍କ ସହିତ ବିଜେଡ଼ି ସାଂସଦ ପିନାକୀ ମିଶ୍ର ରହିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ ।

ଦୀର୍ଘଦିନ ଧରି ଅସୁସ୍ଥ ରହି ଶନିବାର ଅପରାହ୍ନରେ ଶ୍ରୀ ଜେଟଲୀଙ୍କର ବିୟୋଗ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା ।

ନବୀନ ତାଙ୍କର ଶୋକବାର୍ତ୍ତାରେ ଟ୍ୱିଟକରି କହିଛନ୍ତି, ସେ ଥିଲେ ଜଣେ ବିଚକ୍ଷଣ ଓକିଲ, ସାଂସଦ ତଥା ବିଦ୍ୱାନ ରାଜନେତା । ସରକାରଙ୍କ ପ୍ରତି ତାଙ୍କର ଅବଦାନ ଅତୁଳନୀୟ ।

ନବୀନ ଏବେ ଏକ ୫ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି । ସେ ଆସନ୍ତା ଅଗଷ୍ଟ ୨୬ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.