ମୁମ୍ବାଇ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ର ପୂର୍ଣ୍ଣାଙ୍ଗ ବଜେଟ୍ ସଂସଦରେ ଉପସ୍ଥାପନ କରିଛନ୍ତି । ବଜେଟ୍ ଉପସ୍ଥାପନ ହେବା ପରେ ଏହାକୁ ନେଇ ଚାରିଆଡୁ ମିଶ୍ରିତ ପ୍ରତ୍ରିକ୍ରିୟା ଆସିଛି । ସାଧାରଣ ଲୋକଙ୍କଠାରୁ ରାଜନେତା ସମସ୍ତେ ବଜେଟ୍କୁ ନେଇ ନିଜ ନିଜ ମନ୍ତବ୍ୟ ରଖିଛନ୍ତି । ତେବେ ଏହାରି ଭିତରେ ବଲିଉଡରେ ମଧ୍ୟ ଚଳିତ କେନ୍ଦ୍ରୀୟ ବଜେଟ୍କୁ ନେଇ ହଲ୍ଚଲ ହୋଇଛି । ଅନେକ ଅଭିନେତା ଅଭିନେତ୍ରୀ ଓ ନିର୍ଦ୍ଦେଶକ ଏହି ବଜେଟ୍କୁ ସ୍ୱାଗତ କରିଥିବା ବେଳେ ଅନେକ ଏହାକୁ ନାପସନ୍ଦ ମଧ୍ୟ କରିଛନ୍ତି । ତେବେ ଆସନ୍ତୁ ନଜର ପକାଇବା କିଏ କ’ଣ କହିଛନ୍ତି ।
– ବଜେଟ୍କୁ ନେଇ ପୂର୍ବତନ ଅଭିନେତ୍ରୀ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ପ୍ରତିକ୍ରିୟା ରଖିଛନ୍ତି । ସେ ଏହାକୁ ଐତିହାସିକ ବଜେଟ୍ ବୋଲି କହିଛନ୍ତି । ଏଥିସହ ଟ୍ୟାକ୍ସ ସ୍ଲାବରେ ହୋଇଥିବା ବଡ ରିହାତି ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
-ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଏବଂ ଅଭିନେତ୍ରୀ ରିଚା ଚଡ୍ଡା ଚଳିତ ବଜେଟ୍କୁ ନେଇ ଏକ୍ସପର୍ଟମାନେ କରିଥିବା ଟ୍ୱିଟ୍କୁ ରିଟ୍ୱିଟ୍ କରିଛନ୍ତି । ସେହିପରି ଅଭିନେତ୍ରୀ ସ୍ୱାରା ଭାସ୍କର ମଧ୍ୟ ବଜେଟ୍କୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଗୁଜରାଟର ସ୍ୱାଧିନ ବିଧାୟକ ଜିଗନେଶ ମେୱାଣିଙ୍କ ଟ୍ୱିଟ୍କୁ ରି-ଟ୍ୱିଟ୍ କରିଛନ୍ତି । ଯେଉଁଥିରେ ସେ ପ୍ରାଇଭେଟାଇଜେସନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।
-ଫିଲ୍ମ ମେକର ଅଶୋକ ପଣ୍ଡିତ ମଧ୍ୟ ଚଳିତ ସାଧାରଣ ବଜେଟ୍କୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ବଜେଟ୍କୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ବୟାନରେ ସେ ସହମତି ଜଣାଇଛନ୍ତି । ବେକାରୀ ସମସ୍ୟା ଓ ମହଙ୍ଗା ମାଡକୁ ନେଇ ଫିଲ୍ମ ମେକର ଅଶୋକ ପଣ୍ଡିତ କେନ୍ଦ୍ର ସରକାରଙ୍କୁ ନିନ୍ଦା କରିଛନ୍ତି ।
BREAKING NEWS
- Turkman Gate Violence: ତୁର୍କମାନ ଗେଟ୍ ହିଂସା ମାମଲାରେ ବଡ ଖୁଲାସା;ରାଜନୈତିକ ସମ୍ପର୍କ ଏବଂ ବାହାର ପଥର ଫିଙ୍ଗାଳିଙ୍କ ସମ୍ପୃକ୍ତି…
- ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଭିତରେ ଅଣହିନ୍ଦୁ ପ୍ରବେଶ;ତାଙ୍କୁ ନେଇଥିବା ବ୍ୟକ୍ତି ଅଟକ…
- କେଳୁଚରଣ କୀର୍ତ୍ତି ଶତକମ୍ :ଉନ୍ମୋଚନ ହେବ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ୱେବସାଇଟ
- ‘Atal Van’ at Lok Bhavan: ଲୋକଭବନରେ ‘ଅଟଳ ବନ’କୁ ଉଦଘାଟନ କଲେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ
- ହୋଟେଲ ଭିତରେ କରୁଥିଲେ କାମ,ପଶି ଆସିଲା ଟ୍ରାକ୍ଟର;ଚାଲିଗଲା ୨ଜଣଙ୍କ ଜୀବନ
- ଆକଳନଠାରୁ କମ୍ ବିଡିଂ ମେମୋର ପୁନଃବିଚାର ପାଇଁ ଦାବି
- ଋଷ ତୈଳ ଟ୍ୟାଙ୍କରକୁ କବଜା କଲା ଆମେରିକା!
- ଚାଲାଣ ଥିଲେ ପଲ୍ୟୁସନ ସାର୍ଟିଫିକେଟ ନ ମିଳିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବେଆଇନ;ବିଜୁ ଯୁବ ଛାତ୍ର ଜନତା ଦଳର ଆନ୍ଦୋଳନ ଡାକରା
- ଧୂରନ୍ଧର ଅକ୍ଷୟ ଖାଆନ୍ତି ନାହିଁ ଜଳଖିଆ
- ବେକରେ ବିରଳ ସାପ ଧରି ବୁଲୁଥିଲେ ଯୁବକ, ଖାଇଲେ ଚୋଟ
Comments are closed.