ମୁମ୍ବାଇ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ର ପୂର୍ଣ୍ଣାଙ୍ଗ ବଜେଟ୍ ସଂସଦରେ ଉପସ୍ଥାପନ କରିଛନ୍ତି । ବଜେଟ୍ ଉପସ୍ଥାପନ ହେବା ପରେ ଏହାକୁ ନେଇ ଚାରିଆଡୁ ମିଶ୍ରିତ ପ୍ରତ୍ରିକ୍ରିୟା ଆସିଛି । ସାଧାରଣ ଲୋକଙ୍କଠାରୁ ରାଜନେତା ସମସ୍ତେ ବଜେଟ୍କୁ ନେଇ ନିଜ ନିଜ ମନ୍ତବ୍ୟ ରଖିଛନ୍ତି । ତେବେ ଏହାରି ଭିତରେ ବଲିଉଡରେ ମଧ୍ୟ ଚଳିତ କେନ୍ଦ୍ରୀୟ ବଜେଟ୍କୁ ନେଇ ହଲ୍ଚଲ ହୋଇଛି । ଅନେକ ଅଭିନେତା ଅଭିନେତ୍ରୀ ଓ ନିର୍ଦ୍ଦେଶକ ଏହି ବଜେଟ୍କୁ ସ୍ୱାଗତ କରିଥିବା ବେଳେ ଅନେକ ଏହାକୁ ନାପସନ୍ଦ ମଧ୍ୟ କରିଛନ୍ତି । ତେବେ ଆସନ୍ତୁ ନଜର ପକାଇବା କିଏ କ’ଣ କହିଛନ୍ତି ।
– ବଜେଟ୍କୁ ନେଇ ପୂର୍ବତନ ଅଭିନେତ୍ରୀ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ପ୍ରତିକ୍ରିୟା ରଖିଛନ୍ତି । ସେ ଏହାକୁ ଐତିହାସିକ ବଜେଟ୍ ବୋଲି କହିଛନ୍ତି । ଏଥିସହ ଟ୍ୟାକ୍ସ ସ୍ଲାବରେ ହୋଇଥିବା ବଡ ରିହାତି ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
-ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଏବଂ ଅଭିନେତ୍ରୀ ରିଚା ଚଡ୍ଡା ଚଳିତ ବଜେଟ୍କୁ ନେଇ ଏକ୍ସପର୍ଟମାନେ କରିଥିବା ଟ୍ୱିଟ୍କୁ ରିଟ୍ୱିଟ୍ କରିଛନ୍ତି । ସେହିପରି ଅଭିନେତ୍ରୀ ସ୍ୱାରା ଭାସ୍କର ମଧ୍ୟ ବଜେଟ୍କୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଗୁଜରାଟର ସ୍ୱାଧିନ ବିଧାୟକ ଜିଗନେଶ ମେୱାଣିଙ୍କ ଟ୍ୱିଟ୍କୁ ରି-ଟ୍ୱିଟ୍ କରିଛନ୍ତି । ଯେଉଁଥିରେ ସେ ପ୍ରାଇଭେଟାଇଜେସନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।
-ଫିଲ୍ମ ମେକର ଅଶୋକ ପଣ୍ଡିତ ମଧ୍ୟ ଚଳିତ ସାଧାରଣ ବଜେଟ୍କୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ବଜେଟ୍କୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ବୟାନରେ ସେ ସହମତି ଜଣାଇଛନ୍ତି । ବେକାରୀ ସମସ୍ୟା ଓ ମହଙ୍ଗା ମାଡକୁ ନେଇ ଫିଲ୍ମ ମେକର ଅଶୋକ ପଣ୍ଡିତ କେନ୍ଦ୍ର ସରକାରଙ୍କୁ ନିନ୍ଦା କରିଛନ୍ତି ।
BREAKING NEWS
- ଗୋରୁ ଗାଡ଼ି ଅଟକାଇବା ବେଳେ ଗଲା ଗୋରକ୍ଷକଙ୍କ ଜୀବନ
- କୁଏତ ତେଲ ଟ୍ୟାଙ୍କର ଉପରେ ଇରାନର ଆକ୍ରମଣ
- ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- Aahar scheme:‘ଆହାର’ ଯୋଜନାକୁ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
- Supply of essential goods: ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ୨୪ ଘଣ୍ଟିଆ ସଜାଗ ରହନ୍ତୁ,ଜିଲ୍ଲାପାଳମାନେ ମାର୍କେଟ ସ୍ଥିତି ଅନୁଧ୍ୟାନ କରନ୍ତୁ: ମୁଖ୍ୟମନ୍ତ୍ରୀ
- ଯଶସ୍ୱୀ, ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ରାଜସ୍ଥାନ ନିକଟରୁ ଶୋଚନୀୟ ଭାବେ ହାରିଲା ଚେନ୍ନାଇ
- BJP: ପଦ୍ମ ଧରିଲେ କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର
- Bbsr-Singapore Flights Cancelled:ଯୁଦ୍ଧର ପ୍ରଭାବ…ଭୁବନେଶ୍ବରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ
- ଅଏଲ୍ ଇଣ୍ଡିଆ ଏବଂ ସିଏସଆଇଆର-ଆଇଏମଏମଟି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
- ହାର୍ଦ୍ଦିକଙ୍କ ବ୍ୟାଟ ଚୋରୀ କରି ନେଇଗଲେ ରିଙ୍କୁ
Comments are closed.