Latest Odisha News

BREAKING NEWS

ସୁସ୍ଥ ହୋଇ ଘରକୁ ଫେରିଲେ ଲତା ମଙ୍ଗେସକର

ନୂଆଦିଲ୍ଲୀ: ଭାରତର କୋକିଲକଣ୍ଠି ତଥା ସ୍ୱର ସାମ୍ରାଗ୍ନୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା କିଛିଦିନ ହେବ ବିଗିଡ଼ି ଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରର ସୁଧାର ଆସିଥିବା ଜଣାପଡିଛି ।

ଲତା ଡାକ୍ତରଖାନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ରବିବାର ଘରକୁ ଫେରିଥିବା ନିଜେ ଟ୍ୱିଟ କରି ଏହି ଖୁସି ଖବର ଦେବା ସହ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀଦଳକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ଲତା ସୁସ୍ଥ ହୋଇ ଘରକୁ ଫେରିବା ଖବର ପାଇବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି।

ସୂଚନାଯୋଗ୍ୟ, ପ୍ରାୟ ୩୬ଟି ଭାରତୀୟ ଭାଷାରେ ଗୀତ ଗାଇଥିବା ଲତା ମଙ୍ଗେସକର ନିକଟରେ ୯୦ ବର୍ଷରେ ପାଦ ଦେଇଛନ୍ତି । ଭାରତର ଏହି କିମ୍ବଦନ୍ତୀ କଣ୍ଠଶିଳ୍ପୀ ହିନ୍ଦୀ ଚଳଚ୍ଚିତ୍ରରେ ସେ ୩୦,୦୦୦ରୁ ଅଧିକ ଗୀତ ଗାଇଛନ୍ତି ।

ଲତାଙ୍କୁ ୨୦୦୧ ମସିହାରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.