Latest Odisha News

BREAKING NEWS

ଖୁବଶୀଘ୍ର ବଜାରକୁ ଆସୁଛି ସାମସଙ୍ଗ ଗାଲାସ୍କି ଏ୫୧, ଜାଣନ୍ତୁ କେତେ ରହିଛି ଦାମ୍

ଭୁବନେଶ୍ୱର: କୋରିଆ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାମସଙ୍ଗ ଖୁବଶୀଘ୍ର ତାର ଏ ସିରିଜ ଶ୍ରେଣୀର ଏ୫୧ ଲଞ୍ଚ କରିବାକୁ  ଯାଉଛି |

ଏହାପୂର୍ବରୁ ଏ୫୧ କୁ ନେଇ ବହୁତ କିଛି ତଥ୍ୟ ଲିକ ହୋଇଥିଲା | ଯେମିତି କି ଲଚିଂ ଡେଟ ଆଉ କିଛି ଫିଚର୍ସ ର ତଥ୍ୟ |

ଲିକ୍ ରିପୋର୍ଟ ଓ ଜାତୀୟଗଣମାଧ୍ୟମ ମୁତାବକ ଏହି ଫୋନ ୧୨ ଡ଼ିସେମ୍ବରକୁ ଲଞ୍ଚ କରିବାର ଅଛି | ଏହା ସହ ୟୁଜରକୁ ଏହି ଫୋନ ପଞ୍ଚହୋଲ ଡିପ୍ଲେ ଏବଂ ଦମଦାର କ୍ୱାର୍ଡ ରିୟର କ୍ୟାମେରା ସେଟଅପର ସପୋର୍ଟ ମିଳିପାରିବ | କମ୍ପାନୀ ଏହା ପୂର୍ବରୁ ଭାରତୀୟ ବଜାରକୁ ଗାଲାକ୍ସି ଏ୫୦ ଓ ଏମ୧୦ଏସ ପରି ବହୁ ସ୍ମାର୍ଟଫୋନ ବଜାରକୁ ଆଣିଥିଲା, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ | ଆ

ଜାଣିବା ଗାଲାକ୍ସି ଏ୫୧ ଫୋନ ସମ୍ବନ୍ଧିତ ଦାମ ଓ ସ୍ପେସିଫିକେସନ …

ସାମସଙ୍ଗ ଗାଲାସ୍କି ଏ୫୧ ସମ୍ଭାବିତ ଦର ସୈମମୋବାଇଲ ରିପୋର୍ଟ ଅନୁସାରେ, ସାମସଙ୍ଗ ଗାଲାସ୍କି ଏ୫୧ ଆଗମୀ ୧୨ ଡ଼ିସେମ୍ବର କୁ ଲଞ୍ଚ କରିବାର ଅଛି | ଦାମ କଥା କହିବାକୁ ଗଲେ କମ୍ପାନୀ ଏହାକୁ ବଜେଟ ସେଗମେଣ୍ଟ ରେ ରଖିପାରେ | ଏହା ସହ ବହୁତ ଫିଚର୍ସର ଖୁଲାସା କରିଛି |

ସାମସଙ୍ଗ ଗାଲାସ୍କି ଏ୫୧ ସମ୍ଭାବିତ ସ୍ପେସିଫିକେସନ ଲିକ ରିପୋର୍ଟ ମୁତାବିକ, କମ୍ପାନୀ ଏହି ଫୋନ ରେ ୬.୫ ଇଞ୍ଚ ର ଫୁଲ ଏଚଡି ଫ୍ଲାସ ସୁପର ଏମୋଲେଡ଼ ଡିପ୍ଲେ ଦେଵ | ଏହା ଧଳା, କଳା, ପିଙ୍କ ଓ ନୀଳ ରଙ୍ଗରେ ଉପଲବ୍ଧ ହେବ | ସାମସଙ୍ଗ ଗାଲାସ୍କି ଏ୫୧ ରେ ୪,୦୦୦ ଏମଏଏଚ ବ୍ୟାଟେରୀ ୧୫ ୱାଟ ର ଫାଷ୍ଟ ଚାରଜିଙ୍ଗ ଫିଚର୍ସ ସହ ମିଳିବ |

ସେହିପରି ସାମସଙ୍ଗ ଗାଲାସ୍କି ଏ୫୧ କ୍ୟାମେରା କଣ ରହିବ?

ୟୁଜରକୁ ଏହି ଫୋନର ବ୍ୟାକ ପ୍ୟାନେଲ ରେ କ୍ୱାର୍ଡ କ୍ୟାମେରା ସେଟଅପ ମିଳିପାରେ, ଯେଉଁଥିରେ ୪୮ ମେଗାପିକ୍ସେଲ ର ପ୍ରାଥମିକ ସେନସର, ୧୨ ମେଗାପିକ୍ସେଲ ଅଲ୍ଟ୍ରା ୱାଇଡ଼ ଏଙ୍ଗେଲ, ୫ ମେଗାପିକ୍ସେଲ ର ଡେପଥ ସେନସର ଓ ୫ ମେଗାପିକ୍ସେଲର ମାଇକ୍ରୋ ଲେନ୍ସ ମିଳିବ | ଏହା ସହ ୩୨ ମେଗାପିକ୍ସେଲ ର ସେଲ୍ଫି କ୍ୟାମେରା ମାଧ୍ୟମ ରେ ସେଲ୍ଫି କ୍ଲିକ କରିପାରିବେ |

ସାମସଙ୍ଗ ଗାଲାସ୍କି ଏ୫୧ ଅନ୍ୟ ଫିଚର୍ସ ମଧ୍ୟରେ ସାମସଙ୍ଗ ଏହି ଫୋନରେ ଏକ୍ସିନାସ ୯୬୧୧ ଏସଓସି ର ସପୋର୍ଟ ଦିଆଯାଇଛି | ଏହା ଛଡା ୟୁଜର କୁ ୪ ଜିବି ରାମ + ୬୪ ଇଣ୍ଟରନାଲ ଷ୍ଟୋରେଜ ଓ ୬ ଜିବି ରାମ + ୧୨୮ ଇଣ୍ଟରନାଲ ଷ୍ଟୋରେଜ ମିଳିବ |

Leave A Reply

Your email address will not be published.