ନୂଆଦିଲ୍ଲୀ: ବଲିଉଡ କଣ୍ଠଶିଳ୍ପୀ କନିକା କପୁର କରୋନାଭାଇରସ ଦ୍ୱାରା ଆକ୍ରାନ୍ତ ଥିବା ଜଣାପଡିଛି । ଏହାପରେ ସାରା ବଲିଉଡ ଜଗତରେ ଆତଙ୍କ ସୃଷ୍ଟି ହୋଇଛି । କନିକା ମାର୍ଚ୍ଚ ୧୫ ତାରିଖରେ ଲଣ୍ଡନରୁ ଫେରିଥିଲେ । ଫେରିବା ପରେ ରବିବାର ଦିନ ସେ ଏକ ପାର୍ଟିର ଆୟୋଜନ କରିଥିଲେ । ସେଥିରେ ଅନେକ ବଡ ବଡ ସେଲିବ୍ରିଟି ସାମିଲ ହୋଇଥିଲେ । ଏହାଦ୍ୱାରା କନିକାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ସଂକ୍ରମିତ ହେବାର ଆଶଙ୍କା ବଢ଼ି ଯାଇଛି ।
କନିକା କପୁର ଇଂଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, “ଗତ ୪ ଦିନ ହେବ ମୋତେ ଥଣ୍ଡା ହୋଇଛି । ମୁଁ ମୋର ପରୀକ୍ଷା କରାଇଛି ଏବଂ ରିପୋର୍ଟରେ ପଜିଟିଭ ଆସିଛି । ଏହି ସମୟରେ ମୁଁ କ୍ୱାରେଣ୍ଟାଇନରେ ଅଛି ଓ ଡାକ୍ତରଙ୍କ ପରାମର୍ଶରେ ମୋର ଚିକିସôା ଚାଲିଛି । ମୁଁ ଯେଉଁ ଲୋକଙ୍କ ସମ୍ପର୍କରେ ଆସିଛି, ସେମାନଙ୍କ ଉପରେ ମଧ୍ୟ ନଜର ରହିଛି ।”
Comments are closed.