Latest Odisha News

BREAKING NEWS

ହଂକଂରେ କରୋନା ଭାଇରସର ସେକେଣ୍ଡ ଇନିଂସ୍ !

ହଂକଂ: ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଛି କରୋନା ଭାଇରସ୍ (କୋଭିଡ୍‌-୧୯) । ମଣିଷକୁ ବାଦ୍ ଦେଲେ ଏହି ମାରାତ୍ମକ ଭାଇରସ୍ କୌଣସି ଜୀବଜନ୍ତୁଙ୍କ ନିକଟରେ ଏଯାବତ ପରିଲକ୍ଷିତ ହୋଇନାହିଁ । ମଣିଷ ପରେ ଏବେ କୁକୁର ଭଳି ପଶୁର ନାଁ କରୋନା ଭାଇରସ୍ ସହ ଯୋଡି ହୋଇଛି ।
ନ୍ୟୁୟର୍କର ଦୈନକ ପତ୍ରିକା ନ୍ୟୁୟର୍କ ପୋଷ୍ଟ, ଚାଇନାର ଏକ ଦୈନିକ ପତ୍ରିକାର ରିପୋର୍ଟକୁ ଆଧାର କରି ଏକ ଖବର ପ୍ରକାଶିତ କରିଛି । ଯେଉଁଥିରେ ହଂକଂର କରୋନା ଭାଇରସ୍ ରେ ଆକ୍ରାନ୍ତ ଜଣେ ୩୦ ବର୍ଷୀୟ ମହିଳାଙ୍କ ଠାରୁ ତାଙ୍କ ୨ ବର୍ଷୀୟ ଜର୍ମାନ୍ ସେଫର୍ଡ କୁକୁର କୋଭିଡ୍‌-୧୯ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି ।

ପୋକ୍ ଫୁ ଲାମ୍ ଅଂଚଳର ଜଣେ ମହିଳାଙ୍କ ଜର୍ମାନ୍ ସେଫର୍ଡ ପ୍ରଜାତିର କୁକୁର ସହ ଅନ୍ୟ ଏକ କୁକୁରର ନାକ ଓ ପାଟିର ସ୍ୱାବ୍ ପରୀକ୍ଷଣ ପାଇଁ ପଠାଯାଇଥିଲା । ଜର୍ମାନ୍ ସେଫର୍ଡ କୁକୁରର ପରୀକ୍ଷଣ ପଜିଟିଭ ଥିବାବେଳେ ଅନ୍ୟ କୁକୁରର ଟେଷ୍ଟ ନେଗେଟିଭ ରହିଛି ।

ଏହି ଖବରର ସତ୍ୟତା ନେଇ ଅନେକ ପ୍ରଶ୍ନ ଉଠିଥିବାବେଳେ ହଂକଂ ର କୃଷି, ମତ୍ସ୍ୟ ଏବଂ ସଂରକ୍ଷଣ ବିଭାଗର ମୁଖପାତ୍ରଙ୍କ ଅନୁସାରେ ଏପର୍ଯ୍ୟନ୍ତ କୌଣସି ପଶୁପକ୍ଷୀଙ୍କ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଘଟଣା ସାମ୍ନାକୁ ଆସିନି । ଅନ୍ୟପଟେ ସିଟି ୟୁନିଭର୍ସିଟିର ପ୍ରାଣୀ ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରଫେସର ଭେନେସା ବାର୍ସ ଦାବି କରିଛନ୍ତି ଯେ, ନିଜ ପାଳିତ କିମ୍ବା ବାହାରର ପଶୁପକ୍ଷୀଙ୍କ ଦ୍ୱାରା ମଣିଷ ଏହି ସଂକ୍ରମଣର ଶିକାର ହୋଇଥିବା ନେଇ କୌଣସି ପ୍ରମାଣ ନାହିଁ ।

Leave A Reply

Your email address will not be published.