Latest Odisha News

ବଲିଉଡ୍ ଷ୍ଟାରଙ୍କ ଫ୍ଲପ୍ ନମ୍ବର

ମୁମ୍ବାଇ: ବଲିଉଡରେ ଖିଲାଡି ଅକ୍ଷୟ କୁମାରଙ୍କ ଲିନ୍ ଫେଜ୍ ଆଉ ଟିକେ ଲମ୍ବା ହୋଇଛି । ବକ୍ସ ଅଫିସରେ ଫେଲ୍ ମାରିଛି ଅକ୍ଷୟଙ୍କ ନୂଆ ଫିଲ୍ମ ସର୍ଫିରା । ସମାଲୋଚକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲେ ମଧ୍ୟ ସର୍ଫିରାକୁ ଦର୍ଶକ ଗ୍ରହଣ କରିନାହାନ୍ତି । ସର୍ଫିରା ଥିଲା ଅକ୍ଷୟ କୁମାର ଲଗାତର ସପ୍ତମ ଫ୍ଲପ୍ । ଅକ୍ଷୟଙ୍କ ଅଭିନୀତ ଶେଷ ହିଟ୍ ଫିଲ୍ମ ଥିଲା ସୂର୍ଯ୍ୟବଂଶୀ ।

ହିନ୍ଦି ସିନେମାରେ ସବୁ ପ୍ରତିଷ୍ଠିତ ଅଭିନେତାଙ୍କ କ୍ୟାରିୟରରେ ଫ୍ଲପ୍ ଫିଲ୍ମର ସଂଖ୍ୟା ଆଖିଦୃଶିଆ ରହିଛି । ପୁଅର୍ ମେନ୍ସ ଅମିତାଭ ନାମରେ ଲୋକପ୍ରିୟ ମିଥୁନ ଚକ୍ରବର୍ତ୍ତୀଙ୍କ କ୍ରେଜ ଅଶୀ ଦଶକରେ କାହିଁରେ କଣ ଥିଲା । ହିଟ୍ ପରେ ହିଟ୍ ଦେଇ ଚାଲିଥିଲେ ମିଥୁନ୍ । ପରେ ଏମିତି ଏକ ସମୟ ଆସିଲା ମିଥୁନଙ୍କ ଫ୍ଲପ୍ ଫିଲ୍ମ ସଂଖ୍ୟା ଅଧିକ ହୋଇଥିଲା । ଲଗାତର ୩୩ଟି ଫ୍ଲପ୍ ଫିଲ୍ମ ଦେଇଥିଲେ ବଲିଉଡର ଡିସ୍କୋ ଡ୍ୟାନସର । ମିଥୁନ ମୁଖ୍ୟ ଅଭିନେତା ଭାବେ ୨୭୦ ଫିଲ୍ମରେ ଅଭିନୟ କରିଛନ୍ତି । ଏଥିରୁ ୧୮୦ଟି ଫିଲ୍ମ ଫ୍ଲପ୍ । ବୋଧହୁଏ ଏହା ଏକ ଅଲୋଡା ବିଶ୍ୱରେକର୍ଡ । ମିଥୁନଙ୍କ ଲଗାତର ୩୩ଟି ଫ୍ଲପ୍ ବି ବୋଧହୁଏ ଆଉ ଏକ ଅଲୋଡା ରେକର୍ଡ ।

ବଡ କଥା ହେଲା ଯେ, ମିଥୁନଙ୍କ ଅନେକ ଫ୍ଲପ୍ ଫିଲ୍ମ ଲୋ ବଜେଟ୍ ଥିଲା । ତାଙ୍କ ଫି’ ବି ଅନ୍ୟ ଷ୍ଟାରଙ୍କଠାରୁ ବହୁତ୍ କମ ଥିଲା । ମିଥୁନଙ୍କ ସିନିୟର ଜମ୍ପିଂ ଜ୍ୟାକ୍ ଜିତେନ୍ଦ୍ର ବି ହିଟ୍ ଅପେକ୍ଷା ଅଧିକ ଫ୍ଲପ୍ ଫିଲ୍ମ ଦେଇଛନ୍ତି । ହିନ୍ଦି ସିନେମାର ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ ଜିତେନ୍ଦ୍ର ଲିଡ୍ ଆକ୍ଟର ଭାବେ ୧୦୬ଟି ଫ୍ଲପ୍ ଫିଲ୍ମ ଦେଇଛନ୍ତି ।

ବଲିଉଡ ଅଭିନେତାଙ୍କ ମଧ୍ୟରେ କେବଳ ମିଥୁନ ଓ ଜିତେନ୍ଦ୍ରଙ୍କ ନାମରେ ହିଁ ୧୦୦ରୁ ଅଧିକ ଫ୍ଲପ୍ ଫିଲ୍ମ ରହିଛି । ହି -ମ୍ୟାନ୍ ଭାବେ ଲୋକପ୍ରିୟ ଧର୍ମେନ୍ଦ୍ର ବି କ୍ୟାରିୟରରେ ଅନେକ ଫ୍ଲପ୍ ଫିଲ୍ମର ନାୟକ ହୋଇଛନ୍ତି । ଧର୍ମେନ୍ଦ୍ରଙ୍କ ଫ୍ଲପ୍ ଫିଲ୍ମର ସଂଖ୍ୟା ହେଲା ୯୯ ।

ଗୋବିନ୍ଦା ଅନେକ ହିଟ୍ ଓ ସୁପରହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି । କିନ୍ତୁ ସେ ମଧ୍ୟ ୭୫ଟି ଫ୍ଲପ୍ ଫିଲ୍ମରେ ଲିଡ୍ ରୋଲରେ ଥିଲେ । ଗୋବିନ୍ଦାଙ୍କ ପଛକୁ ଅଛନ୍ତି ସଂଜୟ ଦତ୍ତ । ସଞ୍ଜୁ ବାବାଙ୍କ ଫ୍ଲପ୍ ଫିଲ୍ମ ସଂଖ୍ୟା ହେଲା ୬୯ ।

ମହାନାୟକ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ସଂଖ୍ୟା ତୁଳନାରେ ତାଙ୍କ ଫ୍ଲପ୍ ସଂଖ୍ୟା କମ୍ । ତଥାପି ବିଗ୍ ବି ୬୬ଟି ଫ୍ଲପ୍ ଫିଲ୍ମ ଦେଇଛନ୍ତି । ଅନୀଲ କପୁରଙ୍କ ଫ୍ଲପ୍ ଫିଲ୍ମ ସଂଖ୍ୟା ହେଉଛି ୫୪ । ଫ୍ଲପ ଫିଲ୍ମ ସଂଖ୍ୟା ଦୃଷ୍ଟିରୁ ମିଥୁନ ଓ ଜିତେନ୍ଦ୍ରଙ୍କ ଅଲୋଡା ରେକର୍ଡ ବୋଧହୁଏ କେହି ଭାଙ୍ଗି ପାରିବେ ନାହିଁ ।

Comments are closed.