Latest Odisha News

BREAKING NEWS

ଅଟୋ ଏକ୍ସପୋ ୨୦୨୩: ହ୍ୟୁଣ୍ଡାଇ Ioniq 5 EV ଏସ୍‌ୟୁଭିକୁ ସିଗ୍‌ନେଚର ଷ୍ଟାଇଲ୍‌ରେ ଲଞ୍ଚ୍ କଲେ ଶାହରୁଖ

ନୂଆଦିଲ୍ଲୀ: ଲଞ୍ଚ୍ ହେଲା ଏସ୍‌ୟୁଭି ହ୍ୟୁଣ୍ଡାଇ ଆୟୋନିକ ୫ ଇଭି । ଅଟୋଏକ୍ସପୋ ୨୦୨୩ରେ ଏହାକୁ ଲଞ୍ଚ କରିଛନ୍ତି ବଲିଉଡ୍‌ ବାଦଶାହ ଶାହରୁଖ ଖାନ।ଶାହରୁଖ ତାଙ୍କ ସିଗ୍‌ନେଚର ଷ୍ଟାଇଲ୍‌ରେ ଦୁଇ ହାତ ଲମ୍ବାଇ ହ୍ୟୁଣ୍ଡାଇର ଏହି ଜବରଦସ୍ତ Ioniq 5 EV ଏସ୍‌ୟୁଭିକୁ ଲଞ୍ଚ୍ କରିଛନ୍ତି। କମ୍ପାନୀ ସହ ଶାହରୁଖଙ୍କର ୨୫ ବର୍ଷର ସମ୍ପର୍କ ରହିଥିବା ବେଳେ ସେ କମ୍ପାନୀର ଆମ୍ବାସ୍ୟାଡର ରହିଛନ୍ତି। କାର ଲଞ୍ଚ ବେଳେ କମ୍ପାନୀ ସହିତ ଶାହରୁଖଙ୍କର ସମ୍ପର୍କ ବିଷୟର କହିବା ତାଙ୍କ ଲୋକପ୍ରିୟ ଫିଲ୍ମ ଡିଡିଏଲ୍‌ଜେର- ତୁଝେ ଦେଖା ତୋ ୟେ ଜାନା ସନମ ବି ଗାଇଥିଲେ।

କହି ରଖୁଛି ଯେ ଗାଡ଼ିଟି ଅଟୋଏକ୍ସପୋ ୨୦୨୩ ପ୍ରଦର୍ଶନ ହୋଇଥିବା ବେଳେ ଏହା ବର୍ତ୍ତମାନ ଭାରତକୁ ଆସିବ ନାହିଁ। ଏଥିପାଇଁ ୫ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। କାରଣ କମ୍ପାନୀ ଏହାକୁ ୨୦୨୮ରେ ଲଞ୍ଚ କରିବାକୁ ଯୋଜନା କରିଛି। ୪୦୦୦ କୋଟି ନିବେଶ କରି ଏହି କାର୍‌କୁ ଭାରତ ବଜାରରେ ଛାଡ଼ିବ ବୋଲି କମ୍ପାନୀ ଯୋଜନା କରୁଛି।

ତେବେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ହ୍ୟୁଣ୍ଡାଇ Ioniq 5 EVରେ ଦମ୍‌ଦାର ଫିଚର ଦେଇଛି। ଏହି କାର୍‌ରେ ୭୨.୬କେ ୱାଟ୍‌ର ବ୍ୟାଟେରି ରହିଥିବା ବଳେ ଏଆର୍‌ଏଆଇ ପ୍ରମାଣିତ ରେଞ୍ଜ୍ ୬୩୧ କିମି ଦେବ ବୋଲି କମ୍ପାନୀ ଦାବି କରିଛି।

ସୂଚନା ଥାଉକି, ଏହି କାର୍‌ଟି ବିଶ୍ୱର ସର୍ବାଧିକ ଲୋକପ୍ରିୟ କାର୍ ଭିତରେ ଗୋଟିଏ କୁହାଯାଉଥିବା ବେଳେ ଏହା ୨୦୨୨ ୱାର୍ଲ୍ଡ କାର୍ ଆୱାର୍ଡରେ ହ୍ୟୁଣ୍ଡାଇ Ioniq 5 EV  ତିନୋଟି ପୁରସ୍କାର ଜିତିସାରିଛି। ସେଥିରୁ ୱାର୍ଲ୍ଡ ଇଲେକ୍ଟ୍ରିକ ଭେଇକଲ ଅଫ୍‌ ଦି ଇଅର ଓ ୱାର୍ଲ୍ଡ କାର୍ ଡିଜାଇନ ଅଫ୍‌ ଦି ଇଅର ଅନ୍ୟତମ।

Leave A Reply

Your email address will not be published.