Latest Odisha News

BREAKING NEWS

ଦିଲ୍ଲୀ ବିମାନ ବନ୍ଦରରେ ସିଆଇଏସଏଫ୍ ଅଫିସରଙ୍କ ବିରୋଧରେ ଚୋରି ଅଭିଯୋଗ ଆଣିଲେ ଅଷ୍ଟ୍ରେଲିୟ ମହିଳା

ନୂଆଦିଲ୍ଲୀ: ସିଆଇଏସଏଫ ଅଧିକାରୀ ଅଷ୍ଟ୍ରେଲିୟ ମହିଳାଙ୍କ ଠାରୁ ଲୁଟିନେଲେ ସୁନା ଗହଣା ଓ ବିଦେଶୀ ମୁଦ୍ରା। ଅଷ୍ଟ୍ରେଲିଆ ମହିଳାଙ୍କ ଚୋରି ଅଭିଯୋଗ ପରେ ଅଜଣା ସିଆଇଏସ୍‌ଏଫ୍‌ ଅଫିସରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ଦିଲ୍ଲୀ ବିମାନବନ୍ଦର କର୍ତ୍ତୃପକ୍ଷ। ମହିଳାଙ୍କ ଠାରୁ ନଗଦ ୫୦ ହଜାର ଟଙ୍କା ଓ କିଛି ଅଳଂକାର ଚୋରି ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ତାଙ୍କୁ ଇଣ୍ଟରନ୍ୟାସ୍‌ନାଲରୁ ଘରୋଇ ଟର୍ମିନାଲକୁ ସ୍ଥାନାନ୍ତର କରାଯାଇଥିଲା। ଏକ୍ସରେ ପରୀକ୍ଷଣ ବେଳେ ତାଙ୍କ ଠାରୁ ଚୋରି ହୋଇଥିବା ସେ ଅଭିଯୋଗ କରିଛନ୍ତି।

ଗତବର୍ଷ ଅଗଷ୍ଟ ୧୧ ତାରିଖରେ ଏଭଳି ଘଟଣା ଘଟିଥିଲା। ୪୦ ବର୍ଷୀୟ ଅକେଶନି ସିଂ ଗୌର ଶ୍ଵଶୁରଙ୍କ ଅନ୍ତିମ ସଂସ୍କାର ପାଇଁ ଗାଁକୁ ଯାଉଥିବା ବେଳେ ଦିଲ୍ଲୀ ବିମାନ ବନ୍ଦରରେ ତାଙ୍କ ସହ ଏଭଳି ଘଟିଥିଲା। ସେହି ଦିନ ସେ ଏୟାର ଇଣ୍ଡିଆ ବିମାନରେ ସିଡନୀରୁ ଦିଲ୍ଲୀ ଯାଉଥିଲେ। ଏବଂ ପୁଣି ଦିଲ୍ଲୀରୁ ହାଇଦ୍ରାବାଦ ଯିବା ପାଇଁ ଆଉ ଏକ ଫ୍ଲାଇଟ୍ ବଦଳାଇଥିଲେ। ତେବେ ତାଙ୍କ ସହିତ ଘଟିଥିବା ଚୋରି ଘଟଣାର ଅନେକ ଅଧିକାରୀ ସାମିଲ ଥିବା ସେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଯେ ମୁଁ ମୋର ଦୁଇ ପିଲାଙ୍କୁ ଧରି ୧୫ ଘଣ୍ଟାକାଳ ଯାତ୍ରା କରିବା ପରେ ଥକି ଯାଇଥିଲା। ଯାହାର ଫାଇଦା ଉଠାଇ ସିଆଇଏସ୍‌ଏଫ୍ ଅଧିକାରୀ ମୋ ଅଳଙ୍କାର ଓ ଟଙ୍କା ଚୋରି କରିଛନ୍ତି। ହାଇଦ୍ରାବାଦ ପହଞ୍ଚିବା ପରେ ଚୋରି ଘଟଣା ବିଷୟରେ ଜାଣିବାକୁ ପାଇଥିଲି। ଆଉ ଏଥିରେ ସିଆଇଏସଏଫ ଅଧିକାରୀଙ୍କ ସଂପୃକ୍ତି ଥିବା ଦାବି କରିଛନ୍ତି। ପୂରା ଯାତ୍ରା ସମୟରେ କେବଳ ସ୍କ୍ରିନିଂ ସମୟରେ ହିଁ ତାଙ୍କ ନିକଟରେ ବ୍ୟାଗ୍ ନଥିଲା। ଆଉ ସେହି ସମୟରେ ହିଁ ଚୋରି ହୋଇଥିବା ଗୌର ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗକ୍ରମେ ଜାନୁଆରୀ ୪ ତାରିଖରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଘଟଣା ଏବେ ମିଡିଆ ସାମ୍ନାକୁ ଆସିଛି।

Leave A Reply

Your email address will not be published.