Latest Odisha News

BREAKING NEWS

ରିଲିଜ ପୂର୍ବରୁ ଲିକ୍‌ ହେଲା ଟାଇଗର-୩ର ସୁଟିଂ ସିନ୍‌…

ମୁମ୍ବାଇ : ରିଲିଜ ପୂର୍ବରୁ ଲିକ୍‌ ହେଲା ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ଟାଇଗର -୩ ସୁଟିଂ ସମୟର ଫଟୋ, ଭିଡିଓ । ସୋସିଆଲ୍‌ ମିଡିଆରେ ଭାଇରାଲ ଫଟୋ ଦେଖି ପ୍ରଶଂସକ ବେଶ୍‌ ଖୁସି ହୋଇଯାଇଛନ୍ତି । ନିକଟରେ ଇମ୍ରାନ ହାସମିଙ୍କ ଫିଲ୍ମର ମଧ୍ୟ କିଛି ଫୋଟୋ ଭାଇରାଲ୍‌ ହୋଇଥିଲା  । ପରେ ଶାହରୁଖ ଖାନଙ୍କ ଚଳଚ୍ଚିତ୍ର ‘ଯବାନ’ ଫିଲ୍ମର କିଛି ଯୁଦ୍ଧ ଦୃଶ୍ୟ ମଧ୍ୟ ଲିକ୍ ହୋଇଥିଲା, ଯାହାକୁ ପ୍ରଶଂସକ ଦେଖି ବହୁତ ଉତ୍ସାହିତ ହୋଇଥିଲେ​​ । ଆଉ ଏବେ ଟାଇଗର-୩ ଫିଲ୍ମର ସିନ୍‌ର  ଦୃଶ୍ୟ ଲିକ୍ ହୋଇଛି  ।

ତେବେ ଶାହରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ପଠାନ’ ଚଳିତ ବର୍ଷର ସବୁଠାରୁ ହିଟ୍ ହୋଇପାରିଛି । ଏହି ସ୍ପାଏ ୟୁନିଭର୍ସ ପରେ ପ୍ରଶଂସକମାନେ ସଲମାନ ଖାନଙ୍କ ଟାଇଗର-୩ ଫିଲ୍ମକୁ ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଟାଇଗର ସିରିଜର ଏହା ହେଉଛି ତୃତୀୟ ଚଳଚ୍ଚିତ୍ର । ମନୀଶ ଶର୍ମାଙ୍କ ଫିଲ୍ମରେ ସଲମାନ ଖାନ ଟାଇଗର ଆକା ଅବିନାଶ ସିଂ ରୂପରେ ଫେରିବେ । ଏହି ସିନେମାରେ କ୍ୟାଟ୍ରିନା ଏବଂ ଇମ୍ରାନ ହାସମୀ ମଧ୍ୟ ଅଭିନୟ କରିଛନ୍ତି ।

ତେବେ ବର୍ତ୍ତମାନ ଟାଇଗର-୩ ଫିଲ୍ମର କିଛି ଦୃଶ୍ୟ ଇଣ୍ଟରନେଟରେ ଲିକ୍ ହୋଇଛି ।  କିଛି ଦିନ ପୂର୍ବରୁ ତୁର୍କୀରେ ଫିଲ୍ମର ସୁଟିଂ ଚାଲିଥିଲା । ଏହି ସମୟରେ, ଟାଇଗର-୩ ର କିଛି  ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରରେ ସେୟାର କରାଯାଇଛି । ସଲମାନ ଡଙ୍ଗାରେ ବସି ବସିଥିବାର ନଜର ଆସିଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.