Latest Odisha News

ନିଆରା ଢଙ୍ଗରେ ଫିଲ୍ମ ପ୍ରମୋସନ କଲେ ଅଜୟ : ବାହାରିଲା ‘ଭୋଲା ଯାତ୍ରା’

ମୁମ୍ବାଇ: ନିଆରା ଢଙ୍ଗରେ ନିଜ ଫିଲ୍ମ ‘ଭୋଲା’ର ପ୍ରମୋସନ କରିଛନ୍ତି ଅଭିନେତା ଅଜୟ ଦେବଗନ୍ । ସେ ‘ଭୋଲା ଯାତ୍ରା’ ଆରମ୍ଭ କରିଛନ୍ତି । ଏହି ଯାତ୍ରାରେ ସାମିଲ ହୋଇଥିବା ଭୋଲା ଟ୍ରକକୁ ମୁମ୍ବାଇରେ ପତାକା ହଲାଇ ଶୁଭାରମ୍ଭ କରିଛନ୍ତି ଅଜୟ ।

ନିର୍ମାତା ଏବଂ ସିନେ ତାରକା ସେମାନଙ୍କର ଫିଲ୍ମର ପ୍ରମୋସନ୍ ପାଇଁ ନୂଆ ନୂଆ ଉପାୟ ଅବଲମ୍ବନ କରିଥାନ୍ତିି । କେତେକ ଟିଭି ଏବଂ ରିୟଲିଟି ଶୋରେ ସିଧାସଳଖ ପ୍ରଶଂସକଙ୍କ ନିକଟକୁ ଯାଇ ପ୍ରମୋଟ୍ କରନ୍ତି । ଏହି ସମୟରେ ଅଭିନେତା ଅଜୟ ଦେବଗନ୍ ଭିନ୍ନ ଉପାୟ ଆପଣାଇଛନ୍ତି । ଅଜୟଙ୍କ ଅଭିନିତ ଫିଲ୍ମ ‘ଭୋଳା’ ଆସନ୍ତା ମାର୍ଚ୍ଚ ୩୦ ତାରିଖରେ ମୁକ୍ତିଲାଭ କରିବ । ଏବେ ଅଜୟ ନିଜ ଫିଲ୍ମର ପ୍ରମୋସନ ଜୋରସୋରରେ ଚଳାଇଛନ୍ତି । ସେ ‘ଭୋଲା ଯାତ୍ରା’ ଆରମ୍ଭ କରିଛନ୍ତି । ଏହି ଉପଲକ୍ଷେ ଏକ ଭୋଲା ଟ୍ରକ ବିଭିନ୍ନ ସହର ବୁଲିବ । ଏହି ଟ୍ରକଟି ସୁରଟ, ଅହମ୍ମଦାବାଦ, ଉଦୟପୁର, ଜୟପୁର, ଦିଲ୍ଲୀ, ଗୁରୁଗାଁଓ, କାନପୁର ଏବଂ ଲକ୍ଷ୍ନୌର ବିଭିନ୍ନ ସହର ପରିଦର୍ଶନ କରିବ । ଟ୍ରକଟି ପ୍ରତ୍ୟେକ ସହରର ଏକ ପ୍ରମୁଖ ସ୍ଥାନରେ ପାର୍କିଂ ହେବ । ସେଠାରେ ସହରବାସୀଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ ।

ଅଜୟ ନିଜେ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହା ସେୟାର କରିଛନ୍ତି । ଏଥିରେ ଅଜୟ ମୁମ୍ବାଇରୁ ‘ଭୋଲା ଟ୍ରକ୍‌’କୁ ପତାକା ହଲାଇ ଶୁଭାରମ୍ଭ କରୁଥିବା ଦେଖିବାକୁ ମିଳିଛି । ଟ୍ରକର ଉପରେ ଫିଲ୍ମର ପୋଷ୍ଟର ଲଗାଯାଇଛି । ଅଜୟ କ୍ୟାପସନରେ ଲେଖିଛନ୍ତି, ‘ଭୋଲା ଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରା ଖୁବ୍ ଶୀଘ୍ର ଆପଣଙ୍କ ସହରରେ ପହଞ୍ଚିବାକୁ ଯାଉଛି! ଏହି ସମୟରେ ଅଜୟ ଦେବଗନ କଳା ଜିନ୍ସ ଏବଂ ସର୍ଟ କୁର୍ତ୍ତା ପିନ୍ଧିଥିବାର ନଜର ଆସିଛନ୍ତି । ତାଙ୍କ କୁର୍ତ୍ତା ଉପରେ ‘ଓମ୍‌’ ଲେଖାଯାଇଛି । ଉଲ୍ଲେଖନୀୟ କଥା ହେଉଛି, ଅଜୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।

Leave A Reply

Your email address will not be published.