ମୁମ୍ବାଇ: ବଲିଉଡରେ ଗୋଟିଏ ଯୁଗର ଅବସାନ ହୋଇଛି । ଆଉ ନାହାନ୍ତି ବର୍ଷୀୟାନ ଅଭିନେତା ଦିଲ୍ଲୀପ କୁମାର । ଆଜି ୯୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ ୩୦ ତାରିଖରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାକୁ ତାଙ୍କୁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ଦେଇଥିଲେ ପତ୍ନୀ ସାଇରା ବାନୁ । କିନ୍ତୁ ଆଜି ସମସ୍ତଙ୍କୁ କନ୍ଦେଇ ଚାଲିଗଲେ ବଲିଉଡର ଟ୍ରାଜେଡି କିଙ୍ଗ । ତାଙ୍କ ବିୟୋଗରେ ସ୍ତବ୍ଧ ହୋଇଛି ବଲିଉଡ୍ ।

ଦୀର୍ଘ ୬ ଦଶନ୍ଧି ଧରି ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟରେ ଘର କରିଥିଲେ ଦିଲ୍ଲୀପ କୁମାର । ୧୯୪୪ ମସିହାରୁ ଅଭିନୟ ଦୁନିଆରେ ପାଦ ଥାପିଥିଲେ ଦିଲ୍ଲୀପ କୁମାର । ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କର ପ୍ରଥମ ଫିଲ୍ମ ଥିଲା ଜୁଆର ଭଟ୍ଟା । ତାପରଠୁ ଆଉ ପଛକୁ ଫେରି ଚାହିଁ ନଥିଲେ ।
‘ମୁଗଲ-ଇ-ଆଜମ’, ‘ଦେବଦାସ’, ‘ନୟା ଦୌର’, ‘ରାମ ଔର ଶ୍ୟାମ’, ‘କ୍ରାନ୍ତି’, ‘ଗଙ୍ଗା ଯମୁନା’, ‘କର୍ମା’ ଭଳି ଅନେକ ସୁପର ଡୁପର ହିଟ୍ ଫିଲ୍ମ କରିଥିଲେ । ପାଖିପାଖି ୬୫ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ଦିଲ୍ଲୀପ କୁମାର । ୧୯୯୮ରେ ରିଲିଜ ‘କିଲା’ ଥିଲା ତାଙ୍କ ଅଭିନୀତ ଶେଷ ଫିଲ୍ମ । ସେ ଆଜି ନାହାନ୍ତି ସତ, କିନ୍ତୁ ତାଙ୍କର ଅପାସୋରା ଅଭିନୟ ସବୁବେଳେ ତାଙ୍କୁ ଦର୍ଶକଙ୍କ ହୃଦୟରେ ଅମର କରି ରଖିବ । ମନେ ରହିବେ ଟ୍ରାଜେଡି କିଙ୍ଗ ।
BREAKING NEWS
- Explosion: ବାଣ ଭିଡ଼ିବା ବେଳେ ଭୟଙ୍କର ବିସ୍ଫୋରଣ; ନାବାଳକ ସମେତ ୬ ଜଣ ଗୁରୁତର
- No Transit Fee On India In Hormuz Strait: ହରମୁଜ୍ ପ୍ରଣାଳୀରେ ନାହିଁ ଭାରତୀୟ ଜାହାଜ ଉପରେ କୌଣସି ଅତିରିକ୍ତ ଟିକସ…
- Fire Safety Mandatory for All Government Building: ଏଣିକି ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ରହିବା ବାଧ୍ୟତାମୂଳକ
- ଲଞ୍ଚ ହେଲା INS ଅରିଧମନ, ସମୁଦ୍ରରେ ଶତ୍ରୁଙ୍କୁ କରିବ ଧ୍ୱଂସ
- New Horror Thriller Film: ୧୨୦ ମିନିଟର ଏକ ହରର-ଥ୍ରୀଲର ଏହି ଫିଲ୍ମ, ଥରି ଉଠିବ ଛାତି…
- ଅବକାରୀ ବିଭାଗର ନୂଆ ଗାଇଡଲାଇନ; ବେଳାଭୂମିରେ ମଦ ବିକିପାରିବ ଓଟିଡିସି..
- LPG ଗୁଜବକୁ ନେଇ କେନ୍ଦ୍ର ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ, ତୁରନ୍ତ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ
- ଡିଜେଲର ମୂଲ୍ୟ ଲିଟର ପିଛା ୫୨୦.୩୫ ଟଙ୍କା ବୃଦ୍ଧି
- Russia Offers To India: ପ୍ରକୃତ ବନ୍ଧୁ କ’ଣ…ପୁଣି ପ୍ରମାଣ କଲେ ପୁଟିନ…
- Raghav Chadha’s Reaction: ଚର୍ଚ୍ଚା ବଢ଼ାଇଲା ରାଘବ ଚଡ୍ଡାଙ୍କ ନୂଆ ପୋଷ୍ଟ, କହିଲେ ଚାଞ୍ଚ୍ଚଲ୍ୟକର କଥା…
Comments are closed.