ମୁମ୍ବାଇ: ବଲିଉଡରେ ଗୋଟିଏ ଯୁଗର ଅବସାନ ହୋଇଛି । ଆଉ ନାହାନ୍ତି ବର୍ଷୀୟାନ ଅଭିନେତା ଦିଲ୍ଲୀପ କୁମାର । ଆଜି ୯୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ ୩୦ ତାରିଖରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାକୁ ତାଙ୍କୁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ଦେଇଥିଲେ ପତ୍ନୀ ସାଇରା ବାନୁ । କିନ୍ତୁ ଆଜି ସମସ୍ତଙ୍କୁ କନ୍ଦେଇ ଚାଲିଗଲେ ବଲିଉଡର ଟ୍ରାଜେଡି କିଙ୍ଗ । ତାଙ୍କ ବିୟୋଗରେ ସ୍ତବ୍ଧ ହୋଇଛି ବଲିଉଡ୍ ।

ଦୀର୍ଘ ୬ ଦଶନ୍ଧି ଧରି ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟରେ ଘର କରିଥିଲେ ଦିଲ୍ଲୀପ କୁମାର । ୧୯୪୪ ମସିହାରୁ ଅଭିନୟ ଦୁନିଆରେ ପାଦ ଥାପିଥିଲେ ଦିଲ୍ଲୀପ କୁମାର । ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କର ପ୍ରଥମ ଫିଲ୍ମ ଥିଲା ଜୁଆର ଭଟ୍ଟା । ତାପରଠୁ ଆଉ ପଛକୁ ଫେରି ଚାହିଁ ନଥିଲେ ।
‘ମୁଗଲ-ଇ-ଆଜମ’, ‘ଦେବଦାସ’, ‘ନୟା ଦୌର’, ‘ରାମ ଔର ଶ୍ୟାମ’, ‘କ୍ରାନ୍ତି’, ‘ଗଙ୍ଗା ଯମୁନା’, ‘କର୍ମା’ ଭଳି ଅନେକ ସୁପର ଡୁପର ହିଟ୍ ଫିଲ୍ମ କରିଥିଲେ । ପାଖିପାଖି ୬୫ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ଦିଲ୍ଲୀପ କୁମାର । ୧୯୯୮ରେ ରିଲିଜ ‘କିଲା’ ଥିଲା ତାଙ୍କ ଅଭିନୀତ ଶେଷ ଫିଲ୍ମ । ସେ ଆଜି ନାହାନ୍ତି ସତ, କିନ୍ତୁ ତାଙ୍କର ଅପାସୋରା ଅଭିନୟ ସବୁବେଳେ ତାଙ୍କୁ ଦର୍ଶକଙ୍କ ହୃଦୟରେ ଅମର କରି ରଖିବ । ମନେ ରହିବେ ଟ୍ରାଜେଡି କିଙ୍ଗ ।
BREAKING NEWS
- Sonia Gandhi’s Book: ରାଜୀବଙ୍କ ମୃତ୍ୟୁର ୨ ମାସ ପୂର୍ବରୁ ହିଁ ଜାଣି ଦେଇଥିଲେ ପୁଅ ରାହୁଲ ଗାନ୍ଧୀ! ମା’ ସୋନିଆଙ୍କୁ କହିଦେଲେ କିଛି ଏପରି, ସ୍ତବ୍ଧ ହୋଇଯାଇଥିଲେ ସେ…
- ଜମ୍ମୁ-କାଶ୍ମୀରରେ ଆତଙ୍କୀ ଆକ୍ରମଣ, ୨ ସୁରକ୍ଷାକର୍ମୀ ଆହତ
- ଏୟାର ଇଣ୍ଡିଆ ବିମାନକୁ ହାଇଜ୍ୟାକ ଧମକ
- ଯୁକ୍ତ ୨ ଫର୍ମ ପୂରଣ ତାରିଖ ବଢ଼ାଇଲା CHSE
- ବିିବାହ କଲେ ସାଉଥ ସୁନ୍ଦରୀ ପ୍ରୀୟା ଭବାନୀ, ବୟଫ୍ରେଣ୍ଡ ରାଜଭେଲ ରାଜ୍ଙ୍କୁ ମ୍ୟାରେଜ୍
- ୨୦୨୭ ଦିନିକିଆ ୱାର୍ଲ୍ଡ କପ୍ ପରେ କୋହଲି ନେବେ କି ସନ୍ନ୍ୟାସ ? ପିଲାଦିନର କୋଚ୍ ରାଜକୁମାର କଲେ ବଡ଼ ଖୁଲାସା
- Ramayana Enters Oscars Race: ଓସ୍କାର ଦୌଡ଼ରେ ରଣବୀରଙ୍କ ‘ରାମାୟଣା’! ବକ୍ସ ଅଫିସରେ କରୁଛି ରାଜ୍, ୬ ଦିନରେ ହାତେଇଲାଣି ୮୨୩ କୋଟିରୁ ଅଧିକ…
- ‘MATRUBHUMI: May War Rest in Peace’ ପୁଣି ଭାଇଜାନ୍ଙ୍କ ଆକ୍ସନ ଅବତାର, ୪ ଡିସେମ୍ବରରେ ରିଲିଜ୍
- କିଟ୍ ଓ କିସ୍ ପରିଦର୍ଶନ କରି ଫେରିଲେ ଇସ୍ରାଏଲ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ
- IPL 2027: ୧୮ କୋଟିରେ ଟ୍ରେଡ, ପଞ୍ଜାବ କିଙ୍ଗସକୁ ଗଲେ ହାର୍ଦ୍ଦିକ…
Comments are closed.