ମୁମ୍ବାଇ: ବଲିଉଡ଼ ଅଭିନେତା ବିକ୍ରାନ୍ତ ମେସି ନିଜର ଦମଦାର ଅଭିନୟ ପାଇଁ ଖୁବ କମ ସମୟରେ ଲୋକଙ୍କ ମଧ୍ୟରେ ପ୍ରିୟ ହୋଇପାରିଛନ୍ତି। ସେ ବଲିଉଡରେ ହେଉ କିମ୍ବା ଓଟିଟି ପ୍ଲାଟଫର୍ମରେ ଚମତ୍କାର ଅଭିନୟ ପାଇଁ ବେଶ୍ ଜଣାଶୁଣା। ଛୋଟ ପରଦାରୁ ଆରମ୍ଭ କରି ସେ ବଡ଼ ପରଦାରେ ନିଜର ସ୍ଥାନ ସୃଷ୍ଟି କରିଛନ୍ତି। ବିକ୍ରାନ୍ତ ଗତ ଫେବୃଆରୀ ୨୦୨୨ ରେ ତାଙ୍କର ଲଙ୍ଗଟାଇମ୍ ଗର୍ଲଫ୍ରେଣ୍ଡ ଶୀତଲ ଠାକୁରଙ୍କୁ ବିବାହ କରିଥିଲେ। ଏବେ ଏହି ଦମ୍ପତି ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ଏନେଇ ନିକଟରେ ଏକ ରିପୋର୍ଟ ସାମ୍ନାକୁ ଆସିଛି।
ଉଭୟଙ୍କର ବିବାହକୁ ବର୍ତ୍ତମାନ ଏକ ବର୍ଷରୁ ଅଧିକ ସମୟ ହେଲାଣି। ଆଉ ଏହି ଦମ୍ପତି ପ୍ରଶଂସକଙ୍କୁ ଖୁସି ଖବର ସେୟାର କରିଛନ୍ତି। ମିର୍ଜାପୁର ଅଭିନେତା ନିଜେ ଏହି ଖୁସି ଖବରକୁ ସେୟାର କରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିବାବେଳେ ସେ ପ୍ରଶଂସକମାନଙ୍କୁ କହିଛନ୍ତି ଯେ ବର୍ତ୍ତମାନ ସେ ଦୁଇରୁ ତିନି ଜଣ ହେବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ବିକ୍ରାନ୍ତ ଏବଂ ଶୀତଲଙ୍କ ବିବାହ ଗତ ବର୍ଷ ୧୮ ଫେବୃଆରୀ ୨୦୨୨ ରେ ହୋଇଥିଲା।
ଏହାପୂର୍ବରୁ ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଥିଲେ। ବିବାହ ପୂର୍ବରୁ ସେମାନଙ୍କ ସମ୍ପର୍କ ୭ ବର୍ଷ ଧରି ଚାଲିଥିଲା। ୱେବ୍ ସୋ ବ୍ରୋକନ୍ ବଟ୍ ବିୟ୍ୟୁଟିଫୁଲ ସମୟରେ ଭେଟିଥିଲେ। ଏହି ସିରିଜ୍ ପରେ ଦୁହେଁ ବନ୍ଧୁ ହେଲେ। ଧିରେ ଧିରେ ବନ୍ଧୁତା ପ୍ରେମରେ ପରିଣତ ହେଲା। ଏହା ପରେ ଉଭୟ ୨୦୧୯ ମସିହାରେ ନିର୍ବନ୍ଧ କରିବା ପରେ ୨୦୨୨ ରେ ବିବାହ କରିଥିଲେ। ବିବାହ ପରେ ବର୍ତ୍ତମାନ ଉଭୟ କୁନି ଅତିଥିକୁ ନେଇ ବହୁତ ଉତ୍ସାହିତ ଅଛନ୍ତି।
Comments are closed.