Latest Odisha News

BREAKING NEWS

ପରଲୋକରେ ବଲିଉଡର ମାଷ୍ଟର ଜୀ ସରୋଜ ଖାନ

ମୁମ୍ବାଇ : ବଲିଉଡକୁ ଆଉ ଏକ ଧକ୍କା । ବିଶିଷ୍ଟ କୋରିଓଗ୍ରାଫର ସରୋଜ ଖାନଙ୍କ ଗତ ରାତିରେ ଦେହାନ୍ତ ହୋଇଛି । ମୁମ୍ବାଇର ଗୁରୁ ନାନକ ହସ୍ପିଟାଲରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସରେ ହୋଇଥିଲା ।

ସମସ୍ତଙ୍କ ପ୍ରିୟ ମାଷ୍ଟର ଜୀ ସରୋଜ ଖାନ ତାଙ୍କ କ୍ୟାରିଅରରେ ୨୦୦୦ରୁ ଅଧିକ ଗୀତ କୋରିଓଗ୍ରାଫ କରିଛନ୍ତି । ମାଧୁରୀ ଦିକ୍ଷିତ ଓ ଶ୍ରୀଦେବୀଙ୍କ ସହ ତାଙ୍କ ଯୋଡି ବେଶ୍ ଲୋକପ୍ରିୟ ଥିଲା ।

ନିଶ୍ୱାସ ନେବାରେ ସମସ୍ୟା ଦେଖା ଯିବାରୁ ତାଙ୍କୁ ଗତ ୧୭ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ କରୋନା ପାଇଁ ସ୍ୱାବ ନମୁନା ଟେଷ୍ଟ କରାଯାଇଥିଲେ ସୁଦ୍ଧା ତାହା ନେଗେଟିଭ୍ ଆସିଥିଲା ।

ସକାଳୁ ସକାଳୁ ଏ ଦଃୁଖଦ ଖବର ବଲିଉଡ ତଥା ଫ୍ୟାନମାନଙ୍କୁ ଦଃୁଖୀ କରିଦେଇଛି ।

Leave A Reply

Your email address will not be published.