Latest Odisha News

BREAKING NEWS

ବଲିଉଡର ଅଶୁଭ ଫିଲ୍ମ, ନେଇଥିଲା ଅନେକ ମୁଣ୍ଡ

ମୁମ୍ବାଇ: ବଲିଉଡରେ ଏ ଭଳି ଏକ ଫିଲ୍ମ ରହିଛି ଯାହାକୁ ଅଶୁଭ ମନେ କରାଯାଏ । ଏହି ଫିଲ୍ମ ରିଲିଜ ହେବା ପାଇଁ ୨୩ ବର୍ଷ ସମୟ ନେଇଥିଲା । ଏହା ମଧ୍ୟରେ ଏଥିରେ ଅଭିନୟ କରିଥିବା ଅନେକ ବଡ କଳାକାର ଆର ପାରିକୁ ଚାଲି ଯାଇଥିଲେ । ମୁଗଲ ଏ ଆଜମ ଫେମ ନିର୍ଦ୍ଦେଶକ କେ ଆସିଫ ଲୈଲା ମଜନୁଙ୍କ ଉପରେ ଫିଲ୍ମ କରିଥିଲେ । ଯାହାର ନାମ ସେ ଲଭ ଆଣ୍ଡ ଗଡ ରଖିଥିଲେ । ଗୁରୁ ଦତ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଶୁଟିଂରେ କିଛି ମାସ ମଧ୍ୟରେ ହଠାତ ଗୁରୁଦତଙ୍କ ମୃତ୍ୟୁ ଘଟିଥିଲା । ଅତ୍ୟଧିକ ମାନସିକ ଚାପ ଯୋଗୁ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଏ । ଅସିଫଙ୍କ ପ୍ରୋଜେକ୍ଟ ଅଧାରେ ରହି ଯାଇଥିଲା ।

୧୯୭୦ରେ ସେ ସଞ୍ଜୀବ କୁମାର ଓ ନିମ୍ମୀଙ୍କୁ ନେଇ ଏହାକୁ ପୂନର୍ବାର ଆରମ୍ଭ କରିଥିଲେ । ଫିଲ୍ମ ଅଧାରୁ ଅଧିକ ଶେଷ ହୋଇ ଯାଇଥିଲା । ୧୯୭୧ରେ ସଞ୍ଜୀବ କୁମାରଙ୍କ ଘରେ ଫିଲ୍ମ ସମ୍ପର୍କରେ ଆଲୋଚନା କରୁଥିବା ବେଳେ ଅସିଫ ଅସୁସ୍ଥ ହୋଇ ପଡିଥିଲେ । ସଞ୍ଜୀବଙ୍କ କୋଳରେ ସେ ପ୍ରାଣ ହରାଇଥିଲେ । କିଛି ଦିନର ନୀରବତା ପରେ ସଞ୍ଜୀବ କୁମାର ଫଣ୍ଡିଂ ବ୍ୟବସ୍ଥା କରିବା ସହ ଫିଲ୍ମକୁ ସମ୍ପୂର୍ଣ୍ଣ କରିବା ପାଇଁ ଉଦ୍ୟମ କରିଥିଲେ । ୬ ନଭେମ୍ବର ୧୯୮୫ରେ ସଞ୍ଜୀବ କୁମାର ହୃଦଘାତରେ ମୃତ୍ୟୁବରଣ କରିଥିଲେ । ବହୁ କଷ୍ଟରେ ୧୯୮୬ରେ ଫିଲ୍ମ ରିଲିଜ ହୋଇଥିଲା । ମାତ୍ର ଦର୍ଶକ ଏହାକୁ ପସନ୍ଦ କରି ନ ଥିଲେ । ଫିଲ୍ମଟି ଫ୍ଲପ ହୋଇଥିଲା । ସବୁ ଦୃଷ୍ଟିକୋଣରୁ ଏହି ଫିଲ୍ମକୁ ଅଶୁଭ ମନେ କରାଯାଏ ।

Comments are closed.