Latest Odisha News

BREAKING NEWS

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦଶପଲ୍ଲାରେ ବୋମାମାଡ଼, ୩ ଗୁରୁତର

ନୟାଗଡ଼: ଦଶପଲ୍ଲା ଥାନା ଅନ୍ତର୍ଗତ ଟାକେରା ଗାଁରେ ବୋମାମାଡ଼। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ରାତିରେ ବୋମାମାଡ଼ ହୋଇଛି। ବୋମାମାଡରେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ ଶଶିକାନ୍ତି ଷଡ଼ଙ୍ଗୀ ଓ ତାଙ୍କର ଦୁଇ ଭାଇ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଶଶିକାନ୍ତଙ୍କର ଟାକରା ଛକରେ ପାନ ଦୋକନ ରହିଛି। ତାଙ୍କ ଦୋକାନ ନିକଟରେ ସିନିବାସ ବେହେରା ନାମକ ଜଣେ ବ୍ୟକ୍ତିଙ୍କର ମଧ୍ୟ ଦୋକାନ ରହିଛି। ତେବେ ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାାରେ ଦୀର୍ଘ ଦିନ ହେବ ଦୋକାନକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗତକାଲି ରାତିରେ ଶଶିକାନ୍ତ ଓ ତାଙ୍କର ଦୁଇ ଭାଇ ଦୋକାନରେ ଥିବା ବେଳେ ସିନିବାସ ଆସି ଦୋକାନ ଉପରେ ବୋମାମାଡ଼ କରିଥିଲା।

ଘଟଣା ସମ୍ପର୍କର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟାର ତଦନ୍ତ କରିଥିଲା। ଘଟଣାସ୍ଥଳରୁ ୩ ଅଫୁଟା ବୋମା ସହ ମାରଣାସ୍ତ୍ର ମଧ୍ୟ ଜବତ କରିଛି ପୋଲିସ। ବୋମାଗୁଡିକ ନିଷ୍କ୍ରିୟ କରିବା ସହ ଅଭିଯୁକ୍ତ ସିନିବାସ ବେହେରାକୁ ଅଟକ ରଖିଛି ପୋଲିସ।

Leave A Reply

Your email address will not be published.