Latest Odisha News

BREAKING NEWS

ଆପଣ ନିତିଦିନିଆ ଜୀବନରେ ହଳଦୀ ବ୍ୟବହାର କରୁଛନ୍ତି କି ? ତେବେ ଜାଣନ୍ତୁ ଏହାର ଉପକାରିତା …

ଓଡିଶା ସମ୍ବାଦ ବ୍ୟୁରୋ: ପୁରାତନ କାଳରୁ ଭାରତୀୟ ନାରୀମାନେ ସୁନ୍ଦର ଏବଂ ସ୍ଵାସ୍ଥ୍ୟ ତ୍ଵଚା ପାଇଁ ହଳଦୀ ବ୍ୟବହାର କରିଆସୁଛନ୍ତି । ଭାରତୀୟ ସଂସ୍କୃତିରେ ହଳଦୀ ରଙ୍ଗକୁ ଶୁଭ ରଙ୍ଗ ଭାବେ ଗ୍ରହଣ କରାଯାଇ ଥାଏ, ତେଣୁ ବିବାହ ପରି ଏକ ଶୁଭ ମାଙ୍ଗଳିକ କାର୍ଯ୍ୟରେ ହଳଦୀର ବ୍ୟବହାରକୁ ଲୋକେ ଗୁରୁତ୍ୱ ଦେଇଥାନ୍ତି । ହଳଦୀକୁ ଶୁଭରଙ୍ଗ ଭାବରେ ମଧ୍ୟ ଗ୍ରହଣ କରାଯାଇଥାଏ, ଏହା ବ୍ୟତିତ ହଳଦୀର ବହୁତ ଔଷଧୀୟ ଗୁଣ ମଧ୍ୟ ରହିଛି । ହଳଦୀ କେବଳ କୀଟାଣୁନାଶକ ତାହା ନୁହେଁ ବରଂ ଏହା ପ୍ରଜ୍ଵଳନରୁ ମଧ୍ୟ ରକ୍ଷା କରେ । ଏହା ତ୍ଵଚା ପାଇଁ ଅତ୍ୟନ୍ତ ଉପକାରୀ।

ହଳଦୀ ଲଗାଇବା ଦ୍ୱାରା ମୁହଁରୁ ବ୍ରଣ, କଳାଦାଗ ଆଦି ଦୂର ହେବା ସହ ମୁହଁ ପୂର୍ବାପେକ୍ଷା ଉଜ୍ୱଳ ଦିଶିଥାଏ । ତେବେ, ଉଭୟ ବର ଓ କନ୍ୟାଙ୍କ ପାଇଁ ସେ ସମୟରେ ସୁନ୍ଦର ଦେଖାଯିବା ଜରୁରି ମଧ୍ୟ ହୋଇଥାଏ । ହଳଦୀରେ ଚର୍ମ ରୋଗ ପ୍ରତିରୋଧକ ଶକ୍ତି ରହିଛି,ବିବାହ ସମୟରେ ନାନା ପ୍ରକାରର ପ୍ରସାଧନ ସାମଗ୍ରୀ ବ୍ୟବହୃତ ହେଉଥିବା ହେତୁ ଚର୍ମ ରୋଗର ଆଶଙ୍କା ରହିଥାଏ, ତେଣୁ ସେ ସବୁକୁ ଆଖି ଆଗରେ ରଖି ଘର ଲୋକେ ବର ଓ କନ୍ୟାଙ୍କୁ ବିବାହ ପୂର୍ବରୁ ହଳଦୀ ଲଗାଇ ଦେଇଥାଆନ୍ତି, ଯେମିତି ତାଙ୍କର ମୁହଁର କୈାଣସି କ୍ଷତି ହେବ ନାହିଁ ।

ହଳଦୀର ଉପକାରୀତା

  1. ହଳଦୀ ତ୍ଵଚା ପାଇଁ ବହୁତ ଉପକାରୀ ଏବଂ ଅଧିକାଂଶ ବିଉଟି ପ୍ରଡକ୍ଟରେ ମଧ୍ୟ ଏହା ବ୍ୟବହାର ହୁଏ ।
  2. ହାଡ଼ ଭାଙ୍ଗିଯାଇଥିଲେ ବଟା ହଳଦୀ ସହିତ ଚୂନ ମିଶାଇ ଗରମ କରି ଲଗାଯାଏ ।
  3. ହଳଦୀ ଚର୍ମ ପ୍ରଦାହ ଓ କଳା ଦାଗ ପାଇଁ ବହୁତ ଦରକାରୀ । ଏହାର ଔଷଧୀୟ ଗୁଣ ବ୍ରଣ କମ କରିବାରେ ସାହାଜ୍ୟ କରେ ।
  4. ହଳଦୀ ଶୁଷ୍କ ଚର୍ମକୁ ବାହାର କରି ଏହାର ନିବାରଣ କରେ ।
  5. ହଳଦୀ ଖାଇବା ଦ୍ଵାରା ରକ୍ତ ପରିଷ୍କାର ହୁଏ ଓ ତ୍ଵଚାକୁ ପୋଷଣ ମିଳେ ।
  6. ଚାଉଳ ସହିତ ହଳଦୀ ଓ ଶୁଖିଲା ଲଙ୍କା ମିଶାଇ ରଖିଲେ ସେଥିରେ ପୋକ ଲାଗନ୍ତି ନାହିଁ ।
  7. ପିଲା ହେଉ କି ବୁଢ଼ା ପ୍ରତିଦିନ କିଛି କିଛି କଞ୍ଚା ହଳଦୀ ରସ ପାନ କଲେ ଦେହର କାନ୍ତି ବୃଦ୍ଧି ହୁଏ ଓ ଦେହରୁ ରୋଗ ଦୂର ହୁଏ ।
  8. ଶୀତପିତ୍ତ, ପିତ୍ତଜ ରୋଗ ଓ ଆମବାତରେ କଞ୍ଚା ହଳଦୀ ରସ ଗୁଡ଼ ସହିତ ସେବନ କଲେ ଲାଭ ମିଳେ ।
  9. ହଳଦୀକୁ ଏକ ମସଲା ରୂପେ ବ୍ୟବହାର କରାଯାଏ । ଭାରତରେ ଏହା ଏକ ଲୋକପ୍ରିୟ ମସଲା । ଦକ୍ଷିଣ ଭାରତୀୟ ରାନ୍ଧଣାରେ ହଳଦୀ ଗୁଣ୍ଡର ବହୁଳ ପ୍ରୟୋଗ ହୋଇଥାଏ ।

 

Leave A Reply

Your email address will not be published.