ପୁରୀ:ଶନିବାର ସନ୍ଧ୍ୟାରେ ସତ୍ୟବାଦୀ ଥାନା ଅନ୍ତର୍ଗତ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ବୋମାମାଡ଼ ହୋଇଛି। ବସଷ୍ଟାଣ୍ଡ ନିକଟରେ ଥିବା ଏକ ଦୋକାନକୁ ଲକ୍ଷ୍ୟ କରି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି । ବୋମାମାଡ଼ରେ ଦୋକାନ ଘର କ୍ଷତିଗ୍ରସ୍ତ ହୋଇଛି । ସୌଭାଗ୍ୟବଶତଃ କେହି ମୃତାହତ ହୋଇନାହାନ୍ତି ।
ତେବେ ସାକ୍ଷୀଗୋପାଳ ଓଭରବ୍ରିଜ୍ ଉପରୁ ବୋମା ମାଡ଼ ହୋଇଥିବା ଅନୁମାନ କରାଯାଇଛି । ତେବେ ପୂର୍ବ ଶତ୍ରୁତା କାରଣରୁ କେହି ବୋମାମାଡ଼ କରିଥିବା ଅନୁମାନ କରାଯାଉଛି।
ଖବରପାଇ ସତ୍ୟବାଦୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ସମୟରେ କ’ଣ ଘଟିଥିଲା ସେ ନେଇ ପଚରାଉଚରା କରିଛି। ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି ।