ପୁରୀ: ରାସନ ଦୋକାନ ଉପରେ ବୋମାମାଡ଼ । ଏହି ଆକ୍ରମଣରେ ଜଣେ ଦୋକାନୀ ଓ ଜଣେ ଗ୍ରାହକ ଗୁରୁତର ହୋଇଥିବା ସୂଚନା । ଉଭୟ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନାର ଛୋଟପୁର ଗାଁରେ ଆଜି ଅପରାହ୍ଣରେ ଏହି ଆକ୍ରମଣ ହୋଇଛି ।
ଗୁରୁତର ହେଲେ ବ୍ରଜବନ୍ଧୁ ମହାପାତ୍ର ଓ ଆଲୋକ ମହାପାତ୍ର। ସେମାନଙ୍କୁ ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେଠାରେ ପ୍ରାଥମିକ ସ୍ବାସ୍ଥ୍ୟ ସେବା ଦିଆଯିବା ପରେ ଡାକ୍ତର ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ସୂଚନାନୁସାରେ, ଛୋଟପୁର ଗାଁରେ ଦୋକାନୀ ବ୍ରଜବନ୍ଧୁ ମହାପାତ୍ର ଆଜି ନିଜ ଦୋକାନରେ ବସିଥିଲେ। ଦୋକାନକୁ ଜିନିଷପତ୍ର କିଣିବା ପାଇଁ ଆଲୋକ ମହାପାତ୍ର ଯାଇଥିଲେ। ଏହି ସମୟରେ ଶୁକଦେବ ମିଶ୍ର ଦୋକାନରେ ପହଞ୍ଚି ଥିଲେ ଓ ବ୍ରଜବନ୍ଧୁଙ୍କ ସହିତ ସେ ଯୁକ୍ତିତର୍କ କରିଥିଲେ। ଉତ୍ତେଜନା ବଢିବାରୁ ସାଥୀରେ ଆଣିଥିବା ବୋମାମାଡ଼ କରିଥିଲେ । ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଏକ ମାମଲା ରୁଜୁ କିରି ଫେରାର ଅଭିଯୁକ୍ତ ଶୁକଦେବ ମିଶ୍ରକୁ ଧରିବା ପାଇଁ ତଦନ୍ତ କରୁଛି। ପୋଲିସ କହିବାନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ଘଟିଛି।
Comments are closed.