Latest Odisha News

BREAKING NEWS

ଭାରତୀୟ ସେନା ଶିବିରରେ ବିସ୍ଫୋରଣ, ୨ ଯବାନ ଗୁରୁତର

ଶ୍ରୀନଗର: ସୋମବାର ସନ୍ଧ୍ୟାରେ ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାର ସୁରନକୋଟ ସବ ଡିଭିଜନର ଦ୍ରାବା ଅଞ୍ଚଳରେ ଥିବା ସେନାର ସ୍ଥାନୀୟ ରାଷ୍ଟ୍ରୀୟ ରାଇଫଲ୍ସ ବାଟାଲିୟନ ଶିବିରରେ ଏକ ସନ୍ଦେହଜନକ ବିସ୍ଫୋରଣ ଘଟିଥିଲା । ଏଥିରେ  ଭାରତୀୟ ସେନାର ଦୁଇଜଣ ଯବାନ ଗୁରୁତର ହୋଇଥିବା ସୂଚନା ରହିଛି । ସୂତ୍ର ଅନୁସାରେ ଏହି ବିସ୍ଫୋରଣ ସନ୍ଧ୍ୟା ୭:୫୦ ରେ ଘଟିଥିଲା।

ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି। ଏହା ସ୍ପଷ୍ଟ ନୁହେଁ ଯେ ଏହି ଘଟଣା ଆତଙ୍କବାଦୀ ଆକ୍ରମଣ ନା କେବଳ ଏକ ଦୁର୍ଘଟଣା। ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନ କୌଣସି ନିଷ୍କର୍ଷ ବାହାର କରିବା ଠିକ୍ ହେବ ନାହିଁ ।

ବିସ୍ଫୋରଣ ପରେ ତୁରନ୍ତ ଜମ୍ମୁ-କାଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀର ଦଳ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ପୋଲିସ ସ୍ପେଶାଲ୍ ଅପରେସନ୍ସ ଗ୍ରୁପ୍ (SOG) ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ଏବଂ ତଦନ୍ତ ଆରମ୍ଭ କରାଯାଇଛି। ବିସ୍ଫୋରଣର ପ୍ରକୃତି ଏବଂ କାରଣ ତଦନ୍ତ କରିବା ପାଇଁ ଫୋରେନସିକ୍ ବିଶେଷଜ୍ଞଙ୍କୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇଛି।

Comments are closed.