Latest Odisha News

BREAKING NEWS

କରୋନାର ନୂଆ ଭାରିଆଣ୍ଟ XE କୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ, ନୂଆ ଆକ୍ରାନ୍ତଙ୍କ ଉପରେ ନଜର ରଖ

ଦିଲ୍ଲୀ : କୋଭିଡର ନୂତନ ପ୍ରଜାତି ଏକ୍ସ ଇ କୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟେ ଅଧ୍ୟକ୍ଷତାରେ ବିଶେଷଜ୍ଞ ଓ ପ୍ରମୁଖ ଅଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୂତନ ପ୍ରଜାତି ଓ ମାମଲା ଗୁଡିକ ଉପରେ ନଜର ରଖିବା ସହ ବର୍ତ୍ତମାନର ତଦାରଖ ପ୍ରକ୍ରିୟା ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ସ୍ୱାସ୍ଥ୍ୟ ଭିତ୍ତିଭୂମି ଗୁଡିକ ସମୀକ୍ଷା କରି ଡକ୍ଟର ମାଣ୍ଡଭିୟା ଅଧିକାରୀଙ୍କୁ କୋଭିଡ ଉପଚାର ପାଇଁ ଆବଶ୍ୟକୀୟ ଓଷଧ ପତ୍ରର ଉପଲବ୍ଧତା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଚାଲିଥିବା ଟିକାକରଣ ଅଭିଯାନକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଆରୋପ କରିବା ସହ ପ୍ରତ୍ୟେକ ହିତାଧିକାରୀଙ୍କୁ ଟିକା ଦେବା ଉଚିତ ବୋଲି କହିଥିଲେ ।

ଏହି ସମୟରେ ନୀତି ଆୟୋଗ ସଦସ୍ୟ ଡକ୍ଟର ଭିକେ ପଲ୍ । ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ, ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ , ଆଇସିଏମଆର ଡିଜି ଡକ୍ଟର ବଳରାମ ଭାର୍ଗବ,ଏନଟିଏଜିଆଇ ଡକ୍ଟର ଏକେ ଆରୋରା ଓ ସ୍ୱାସ୍ଥ୍ୟମନ୍ତ୍ରାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ ।

Leave A Reply

Your email address will not be published.