ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ନବ ନିର୍ବାଚିତ ପୌରାଧ୍ୟକ୍ଷଙ୍କ ଘରେ ବୋମା ମାଡ ଘଟଣାରେ ଗିରଫ ହେଲେ ଅଭିଯୁକ୍ତ । ଘଟଣାରେ ସଂପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଢେଙ୍କାନାଳ ଟାଉନ ଥାନା ପୋଲିସ । ଗଁଦିଆ ଆରଦା ଗାଁରୁ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଉଛନ୍ତି ବିଶ୍ୱଜିତ ବେହେରା ଏବଂ ଟିଟୁ ସାହୁ ।
ସୋମାନଙ୍କୁ ପଚରା ଉଚର ଜାରି ରଖିଛି ପୋଲିସ ।ସୂଚନା ଅନୁସାରେ ଏପ୍ରିଲ ୯ ତାରିଖରେ ଢେଙ୍କାନାଳ ନବ ନିର୍ବାଚିତ ପୌରାଧ୍ୟକ୍ଷ ତଥା ବିଜେପି ନେତ୍ରୀ ଜୟନ୍ତି ପାତ୍ରଙ୍କ ଘରକୁ ବୋମାମାଡ ହୋଇଥିଲା । ପୂର୍ବରୁ ମଧ୍ୟ ମାର୍ଚ୍ଚ ୩୦ ମଧ୍ୟ ଜୟନ୍ତି ପାତ୍ରଙ୍କୁ ଦୁର୍ବୃତ୍ତ ମାନେ ଗୁଳିମାଡ କରିଥିଲେ ।
ଏହି ଘଟଣାକୁ ନେଇ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଅଭିଯୋଗ ଆଣିଥିଲେ ବିଜେଡି କର୍ମୀମାନେ ଏପରି କରିଥାଇ ପାରନ୍ତି । ସେପଟେ ଏ ଘଟଣାକୁ ନେଇ ପୋଲିସ ଆଜି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
Comments are closed.