Latest Odisha News

BREAKING NEWS

ଝାଡଖଣ୍ଡରେ କେବୁଲ କାର ଦୁର୍ଘଟଣା ଗ୍ରସ୍ତ , ୨ ମୃତ ,ଫସିଲେ ୪୮ରୁ ଉର୍ଦ୍ଧ୍ବ

ଝାଡଖଣ୍ଡ : ଝାଡଖଣ୍ଡର ଦେଓଘରରେ ବଡ ଧରଣର ଅଘଟଣ । ରୋପୱେ କେବୁଲ କାର ଦୁର୍ଘଟଣା ଗ୍ରସ୍ତ । ଏଥିରେ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଛି । ୫୦ରୁ ଲୋକ ଫସି ରହିଥିବା ସୂଚନା ମିଳିଛି ।ଆଇଟିବିପି ଓ ଏନଡିଆରଏଫ୍ ଯବାନ ଘଟଣା ସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅନ୍ୟପଟେ ଫସି ରହିଥିବା ଲୋକଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର ଚାଲିଛି ।

ରୋପ ୱେର ୧୨ଟି କ୍ୟାବିନରେ ପ୍ରାୟ ୪୮ ଲୋକ ଫସି ରହିଛନ୍ତି । ଅଧିକାରୀଙ୍କ ସୂଚନା ଅନୁସାରେ କେବୁଲ କାରକୁ କାର ମାଡ ହେବା ଫଳରେ ଏପରି ଦୁର୍ଘଟଣା ଘଟିଛି । ସେପଟେ ଏପରି ଦୁର୍ଘଟଣା ପରେ ରୋପୱେ ଚାଳନ କରୁଥିବା ସମସ୍ତ କର୍ମଚାରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ।

Leave A Reply

Your email address will not be published.