Latest Odisha News

BREAKING NEWS

ସରପଞ୍ଚଙ୍କ ଘରକୁ ବୋମା ମାଡ , ପୋଲିସର ଛାନଭିନ୍ ଜାରି

ପୁରୀ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ବୋମାମାଡ । ପୁରୀ ସଦର ଥାନା ଚାରିନଳାର ସରପଞ୍ଚ ପ୍ରାର୍ଥୀ ଘର ପଛପଟେ ବୋମା ମାଡ ହୋଇଛି । ସରପଞ୍ଚ ପ୍ରାର୍ଥୀ ହେଉଛନ୍ତି କାର୍ତ୍ତିକ ପଣ୍ଡା । କାର୍ତ୍ତିକ ଏନେଇ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି । ପୋଲିସ ଘଟଣା ସ୍ଥଳରୁ ଏକ ଅଫୁଟା ବୋମା ଜବତ କରିଛି ।

ତେବେ କାର୍ତ୍ତିକଙ୍କ କହିବା ଅନୁଯାୟୀ ତାଙ୍କର କାହା ସହିତ କୌଣସି ଶତ୍ରୁତା ନଥିଲା ।ହେଲେ କିଏ ଓ କେଉଁ କାରଣରୁୁ ବୋମା ମାଡ କରିଛି ପୋଲିସ ସେନେଇ ତଦନ୍ତ ଜାରି ରଖିଛି । ତଦନ୍ତ ପରେ ହିଁ ପ୍ରକ୍ୃତ ଘଟଣା କଣ ଜଣା ପଡିବ ବୋଲି ପୋଲିସ କହିଛି ।

Comments are closed.