Latest Odisha News

ଦୋକାନ ଉପରକୁ ବୋମାମାଡ଼,ଦୋକାନୀ ଆହତ

ଯାଜପୁର: ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ ଚମ୍ପାପୁରଠାରେ ଥିବା ଏକ ଦୋକାନ ଉପରକୁ ବୋମାମାଡ଼ ହୋଇଛି । ଫଳରେ ଦୋକାନୀ ଗୁରୁତର ଆହତ ହୋଇଛନ୍ତି । ଦୁଇ ଜଣ ଦୁର୍ବୃତ୍ତ ବାଇ ରେ ଆସି ଚମ୍ପାପୁରଠାରେ ଥିବା ଗୋପାଳନାଥଙ୍କ ଭେରାଇଟି ଷ୍ଟୋର ଉପରକୁ ଦୁଇଟି ବୋମା ପକାଇ ଫେରାର ହୋଇଯାଇଥିଲେ । ଖବରପାଇ ବରୀ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଚଳାଇଛି । କେଉଁ କାରଣରୁ ବୋମାମାଡ଼ ହୋଇଛି ତାହ ସ୍ପଷ୍ଟ ହୋଇନାହିଁ । ସିସିଟିଭିରେ କଏଦ ହୋଇଥିବା ବୋମାମାଡ ଭିଡିଓକୁ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.