Latest Odisha News

ଦିଲ୍ଲୀର ୪ଟି ହସ୍ପିଟାଲକୁ ବୋ‌ମାରେ ଉଡାଇଦେବାକୁ ଧମକ, ବଢିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ପ୍ରଥମେ ଦିଲ୍ଲୀର ସ୍କୁଲ ପରେ ଏବେ ଡାକ୍ତରଖାନାଗୁଡ଼ିକୁ ବୋମା ରେ ଉଡାଇ ଦେବାକୁ ଧମକ ଆସିଛି । ଦିଲ୍ଲୀର ୪ଟି ହସ୍ପିଟାଲକୁ ଏହି ଧମକ ମିଳିଛି । ସେହି ଡାକ୍ତରଖାନା ଗୁଡିକ ହେଉଛି ଦୀପ ଚନ୍ଦ ବନ୍ଧୁ ହସ୍ପିଟାଲ, ଡିଟିବି ହସ୍ପିଟାଲ, ଦାଦା ଦେବ ହସ୍ପିଟାଲ, ହେଡଗୋବାର ହସ୍ପିଟାଲ ।

ଏହି ଡାକ୍ତରଖାନାଗୁଡ଼ିକୁ ଇ-ମେଲ ମାଧ୍ୟମରେ ଧମକ ଦିଆଯାଇଛି । ଧମକ ପାଇବା ପରେ ଦିଲ୍ଲୀ ଅଗ୍ନିଶମ ସେବା କହିଛି ଯେ, ଆମେ ସର୍ଚ୍ଚ ଅପରେସନ ଆରମ୍ଭ କରିଛୁ । ତେବେ ଏହି ମେଲ୍ କିଏ ପଠାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଅନ୍ୟପଟେ ଘଟଣାରେ ଦିଲ୍ଲୀ ପୋଲିସ ମଧ୍ୟ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । କେଉଁଠାରୁ ଆଉ କିଏ ଏହି ଧମକପୂର୍ଣ୍ଣ ଇ-ମେଲ୍ ପଠାଇଛି ସେନେଇ ଦିଲ୍ଲୀ ପୋଲିସ ଯାଞ୍ଚ ଆରମ୍ଭ କରିଦେଇଛି । ଧମକ ମିଳିବା ପରେ ଉକ୍ତ ଚାରୋଟି ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୋଲିସ ଟିମ୍ ପହଞ୍ଚିଛନ୍ତି ।

Comments are closed.