Latest Odisha News

BREAKING NEWS

ବିମାନରେ ବୋମା, ଦିଲ୍ଲୀରେ ଅବତରଣ ପାଇଁ ମିଳିଲାନି ଅନୁମତି; ପିଛା କରୁଛି ସୁଖୋଇ ବିମାନ

ନୂଆଦିଲ୍ଲୀ: ଇରାନର ଏକ ବିମାନରେ ବୋମା ଥିବା ନେଇ ସୂଚନା ମିଳିବା ପରେ ଆତଙ୍କ ଖେଳି ଯାଇଛି । ଭାରତୀୟ ବାୟୁସୀମାରେ ବିମାନଟି ଉଡ଼ୁଥିବା ବେଳେ ବୋମା ଥିବା ଖବର ଆସିଥିଲା । ଫଳରେ ଦିଲ୍ଲୀରେ ବିମାନ ଅବତରଣ ନେଇ ଅନୁମତି ଦିଆଯାଇ ନଥିଲା । ସୂଚନା ପରେ ଭାରତୀୟ ବାୟୁସେନା ହାଇ ଆଲର୍ଟରେ ରହିଛି । ପଞ୍ଜାବ ଓ ଯୋଧପୁର ଏୟାରବେସରୁ ୨ଟି ସୁଖୋଇ ବିମାନ ଫ୍ଲାଇଟର ପିଛା କରୁଛି ।

ସୂଚନା ଅନୁସାରେ, ଫ୍ଲାଇଟକୁ ଦିଲ୍ଲୀରେ ଅବତରଣ ପାଇଁ ଅନୁମତି ମଗାଯାଇଥିଲା । ଅନୁମତି ଦିଆଯାଇ ନଥିବା ବେଳେ ଫ୍ଲାଇଟର ପିଛା କରୁଛି ବାୟୁସେନାର ସୁଖୋଇ ଫାଇଟର ଜେଟ୍ । ତେବେ ବିମାନଟି ଚୀନ ଆଡ଼କୁ ଯାଉଛି ।

ଲାହୋର ଏଟିସି ଫ୍ଲାଇଟରେ ବୋମା ଥିବା ନେଇ ଦିଲ୍ଲୀ ଏଟିସିକୁ ସୂଚନା ଦେଇଥିଲା । ଏଥିସହ ଜରୁରୀକାଳୀନ ଲ୍ୟାଣ୍ଡିଂ ପାଇଁ ଅନୁମତି ମାଗିଥିଲା । ପରେ ବିମାନଟି ଚୀନ ପଳାଇଛି । ଭାରତୀୟ ସୁରକ୍ଷା ଏଜେନ୍ସିଂ ବିମାନ ଉପରେ ବାରିକି ଦ୍ୱାରା ଟ୍ରାକ୍ କରୁଛନ୍ତି ।

Leave A Reply

Your email address will not be published.