ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀର ଏକା ସାଙ୍ଗରେ ୫ଟି ଜଣାଶୁଣା ସ୍କୁଲକୁ ମିଳିଛି ବୋମା ଧମକ । ବୁଧବାର ସକାଳୁ ଏହି ଧମକ ମିଳିଛି । ଏହା ପରେ ସକାଳୁ ସକାଳୁ ଦିଲ୍ଲୀରେ ହଇଚଇ ସୃଷ୍ଟି ହୋଇଯାଇଛି । ଇମଲେ୍ ଜରିଆରେ ଏହି ଧମକ ମିଳିଥିବା ଜଣାପଡିବାପରେ ପୋଲିସ ତୁରନ୍ତ ସ୍କୁଲ ଗୁଡିକରେ ପହଞ୍ଚି ଛାନ୍ ଭିନ୍ କରିଥିଲା । ହେଲେ କୌଣସି ସ୍କୁଲରେ ବି କିଛି ମିଳିନଥିଲା ।
ତେବେ ବୋମା ଧମକ ମିଳିଥିବା ଉକ୍ତ ୫ଟି ସ୍କୁଲ ହେଲା ରିଚମଣ୍ଡ ଗ୍ଲୋବାଲ୍ ସ୍କୁଲ, ଦ୍ୱାରକା, ବସନ୍ତ କୁଞ୍ଜ, ପଶ୍ଚିମ ବିହାର, ହୌଜ ଖାସ୍ । ଏହି ସ୍କୁଲ ଗୁଡିକୁ ଭୋର ୪ଟା ରୁ ସକାଳ ୮.୩୦ ମଧ୍ୟରେ ଧମକପୂର୍ଣ୍ଣ ଇମେଲ ପଠାଯାଇଥିଲା ।
ଧମକପୂର୍ଣ୍ଣ ବାର୍ତ୍ତାରେ ଲେଖାଯାଇଥିଲା ଯେ, “ଶୁଭ ସକାଳ । ବିସ୍ଫୋରକ ଉପକରଣଗୁଡ଼ିକୁ ବ୍ୟାଗ ଭିତରେ ଲୁଚାଇ ସ୍କୁଲର ଶ୍ରେଣୀଗୃହରେ ରଖାଯାଇଛି । ଏହା ଅତ୍ୟନ୍ତ ଗମ୍ଭୀର । ତୁମ ସମସ୍ତଙ୍କୁ ପାପର ଫଳ ଭୋଗିବାକୁ ପଡ଼ିବ।”
ତେବେ ଏହି ଧମକପୂର୍ଣ୍ଣ ଇମେଲଟି କିଏ ପଠାଇଥିଲା ବୋଲି ଯାଞ୍ଚ କରାଯିବା ପରେ ଏହା ଜର୍ମାନୀରୁ ଆସିଛି ବୋଲି ଜଣାପଡ଼ିଛି । ହେଲେ ପୋଲିସ ସନ୍ଦେହ କରୁଛି ଯେ, ଭର୍ଚୁଆଲ୍ ପ୍ରାଇଭେଟ୍ ନେଟୱାର୍କ (ଭିପିଏନ) ବ୍ୟବହାର କରି ଅଭିଯୁକ୍ତ ନିଜ ପ୍ରକୃତ ସ୍ଥାନକୁ ଲୁଚାଇ ରଖିଥାଇପାରେ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଥିଲେ ।
ଦନ୍ତରେ ସାମିଲ ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବୁଧବାର ଆସିଥିବା ଧମକପୂର୍ଣ୍ଣ ଇମେଲଗୁଡ଼ିକର ଆଇପି ଠିକଣା ଏକ ଜର୍ମାନ ନେଟୱାର୍କକୁ ସୂଚିତ କରୁଛି । ଇମେଲ୍ ଆକାଉଣ୍ଟଟି ମଧ୍ୟ ଜର୍ମାନୀ-ଭିତ୍ତିକ ପ୍ରଦାନକାରୀଙ୍କ ସହ ଲିଙ୍କ୍ ଥିବା ଜଣାଯାଇଛି ।
Comments are closed.