Latest Odisha News

BREAKING NEWS

୧୨ ଯାଏ ଇଡି ହେପାଜତରେ ରହିବେ ପୂର୍ବତନ ଗୃହମନ୍ତ୍ରୀ

ମୁମ୍ବାଇ: ବମ୍ବେ ହାଇକୋର୍ଟ ରବିବାର ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ନଭେମ୍ବର ୧୨ ପର୍ଯ୍ୟନ୍ତ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ହେପାଜତକୁ ପଠାଇ ଦେଇଛନ୍ତି।

ଶନିବାର ଦିନ ମନିଲଣ୍ଡରିଂ ଆକ୍ଟ (PMLA) କୋର୍ଟ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇବା ପରେ ଦେଶମୁଖଙ୍କୁ ଆର୍ଥର ରୋଡ ଜେଲକୁ ଅଣାଯାଇଥିଲା।

ନଭେମ୍ବର ୨ ରେ ଦେଶମୁଖଙ୍କୁ ନଭେମ୍ବର ୬ ପର୍ଯ୍ୟନ୍ତ ଚାରି ଦିନ ଇଡି ହେପାଜତକୁ ପଠାଇ ଦିଆଯାଇଥିଲା।

ନଭେମ୍ବର ୧ ରେ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା।

Comments are closed.