Latest Odisha News

BREAKING NEWS

ଇଡିରେ ହାଜର ହେଲେନି ମହୁଆ, କହିଲେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛି

ନୂଆଦିଲ୍ଲୀ: ଇଡିରେ ହାଜର ହେଲେନି ତୃଣମୁଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର । ଇଡିର ସମନକୁ ଅଣଦେଖା କରି ମହୁଆ କହିଛନ୍ତି ଯେ, ସେ ଆଜି କୃଷ୍ଣନଗର ଲୋକସଭା ଆସନରେ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି । ତେଣୁ ସେ ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇପାରିବେ ନାହିଁ । ଦିଲ୍ଲୀର ଇଡି କାର୍ଯ୍ୟାଳୟରେ ପଚରାଉଚରା ପାଇଁ ମହୁଆ ମୈତ୍ରଙ୍କୁ ହାଜର ହେବାକୁ କୁହାଯାଇଥିଲା।

ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ (ଫେମା) ଉଲ୍ଲଂଘନ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମହୁଆ ମୈତ୍ରଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ ପଠାଇଥିଲା । ଏହାସହ ଦୁବାଇର ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ ମଧ୍ୟ ଇଡି ସମନ ଜାରି କରିଥିଲା ।

ଟିଏମସିର ୪୯ ବର୍ଷୀୟ ନେତ୍ରୀ ମହୁଆ ମୈତ୍ରୀଙ୍କୁ ଏହା ପୂର୍ବରୁ ମଧ୍ୟ କେନ୍ଦ୍ରୀୟ ଏଜେନ୍ସି ୨ଥର ସମନ ପଠାଇଛି । କିନ୍ତୁ ସେ ସରକାରୀ କାର୍ଯ୍ୟକୁ କାରଣ ଦର୍ଶାଇ ନୋଟିସ ସ୍ଥଗିତ ରଖିବାକୁ ଦାବି କରିଥିଲେ । ସଂସଦରେ ‘ଅନୈତିକ ଆଚରଣ’ ପାଇଁ ଡିସେମ୍ବରରେ ମୈତ୍ରଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା। ତଥାପି ତାଙ୍କ ଦଳ ତାଙ୍କୁ ଆଗାମୀ ଲୋକସଭା ନିର୍ବାଚନରେ ​​ପଶ୍ଚିମବଙ୍ଗର କୃଷ୍ଣନଗର ଆସନରୁ ପ୍ରାର୍ଥୀ କରିଛି।

ସୂଚନାଯୋଗ୍ୟ ଯେ ବିଜେପି ସାଂସଦ ନିଶିକାନ୍ତ ଦୁବେ ମହଆଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ । ନିଶିକାନ୍ତ କହିଥିଲେ ଯେ ମହୁଆ ବ୍ୟବସାୟୀ ହିରାନନ୍ଦାନୀଙ୍କଠାରୁ ମହଙ୍ଗା ଉପହାର ଏବଂ ଟଙ୍କା ନେଇ ଆଦାନୀ ଗ୍ରୁପ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିବାକୁ ଲୋକସଭାରେ ପ୍ରଶ୍ନ ପଚାରିଥିଲେ ।

 

Leave A Reply

Your email address will not be published.