Latest Odisha News

BREAKING NEWS

ମିଳିଲା ଗ୍ରୀନ ସିଗ୍ନାଲ; ଖୁବଶୀଘ୍ର ରିଲିଜ ହେବ ଯୋଗୀଙ୍କ ‘ଅଜୟ’

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ରିଲିଜ ପାଇଁ ବର୍ତ୍ତମାନ୍ ବମ୍ୱେ ହାଇକୋର୍ଟ ତରଫରୁ ସବୁଜ ସଂକେତ ମିଳିଯାଇଛି। ନିର୍ମାତା ମାନେ ଖୁବ୍ ଶୀଘ୍ର ଫିଲ୍ମର ରିଲିଜ ଡେଟ୍ ନେଇ ଘୋଷଣା କରିବେ।

ସୂଚନା ଅନୁଯାୟୀ, କୋର୍ଟରେ ଆବେଦନକାରୀ ଦାବି କରିଥିଲେ ଯେ ଫିଲ୍ମରେ ତଥ୍ୟକୁ ବିକୃତ କରି ଦର୍ଶାଯାଇଛି ଓ ଏଥିସହିତ ଏହି ଫିଲ୍ମରେ ଧାର୍ମିକ ଭାବନାକୁ ମଧ୍ୟ ଆଘାତ ପହଞ୍ଚାଇବା ଭଳି ତଥ୍ୟ ରହିଛି। ତେବେ ସେନ୍ସର ବୋର୍ଡ ପୂର୍ବରୁ ଫିଲ୍ମଟି ଯାଞ୍ଚ କରି ପ୍ରମାଣପତ୍ର ପ୍ରଦାନ କରିଥିବା କୋର୍ଟ ସ୍ପଷ୍ଟ କରିଛନ୍ତି। ତେଣୁ ଏପରି ପରିସ୍ଥିତିରେ ଫିଲ୍ମର ମୁକ୍ତିଲାଭ ଉପରେ ରୋକ ଲଗାଇବାର କୌଣସି ଯଥାର୍ଥତା ନାହିଁ ବୋଲି ମଧ୍ୟ କୁହାଯାଇଛି। ଯଦି ଏହି ନିଷ୍ପତ୍ତିରେ କାହାର ଆପତ୍ତି ରହିଛି ତେବେ ସେ ଆଇନର ସାହାରା ନେଇ ପାରିବେ ବୋଲି ମଧ୍ୟ କୋର୍ଟ ସ୍ପଷ୍ଟ କରିଛନ୍ତି।

ସିବିଏଫସି ଏହି ଫିଲ୍ମକୁ ପ୍ରମାଣପତ୍ର ଦେବାକୁ ମନା କରିଦେଇଥିଲା, ଯାହା ପରେ ଚଳଚ୍ଚିତ୍ରର ନିର୍ମାତାମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ୨୧ ଅଗଷ୍ଟରେ ଫିଲ୍ମ ଦେଖିବା ପରେ ସୋମବାର ଦିନ ବମ୍ବେ ହାଇକୋର୍ଟ ଏହି ମାମଲାର ଶୁଣାଣି କରିଥିଲେ। ଫିଲ୍ମଟି ଦେଖି ସାରିବା ପରେ ଫିଲ୍ମରେ କୌଣସି ସମସ୍ୟା ନଥିବା କୋର୍ଟ କହିଥିଲେ। ତେବେ ବମ୍ବେ ହାଇକୋର୍ଟରେ ବିଚାରପତି ରେବତୀ ମୋହିତେ ଡେରେ ଏବଂ ବିଚାରପତି ନୀଳା ଗୋଖଲେଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଫିଲ୍ମଟି ଏକ ସିନେମାଟିକ୍ ରୂପାନ୍ତର ଓ ଫିଲ୍ମରେ କୌଣସି ନିୟମ ଉଲ୍ଲଂଘନ କରାଯାଇନାହିଁ। ତେଣୁ ଏହାକୁ ପ୍ରମାଣପତ୍ର ଦିଆଯିବା ଉଚିତ ବୋଲି କୋର୍ଟ କହିଛନ୍ତି।

ତେବେ ଫିଲ୍ମର ପ୍ରଯୋଜକ ସମ୍ରାଟ ସିନେମାଟିକ୍ ପ୍ରଡକ୍ସନ୍ ହାଉସ୍ ଜୁନ୍ ୫ ତାରିଖରେ ସେନ୍ସର ବୋର୍ଡକୁ ଫିଲ୍ମ ସାର୍ଟିଫିକେଟ୍ ପାଇଁ ଆବେଦନ କରିଥିଲେ କିନ୍ତୁ ସିବିଏଫସି ନିର୍ଦ୍ଧାରିତ ୧୫ ଦିନର ସମୟ ସୀମା ମଧ୍ୟରେ କୌଣସି ଉତ୍ତର ଦେଇ ନଥିଲେ। ଏହା ପରେ ସେ ଜୁଲାଇ ୩ ତାରିଖରେ ‘ପ୍ରାୟୋରିଟି ସ୍କିମ୍’ ଅଧୀନରେ ତିନି ଗୁଣ ଫିସ୍ ଦେଇ ପୁଣି ଆବେଦନ କରିଥିଲେ। ପରେ ତାଙ୍କୁ ଜୁଲାଇ ୭ ତାରିଖରେ ସ୍କ୍ରିନିଂ ତାରିଖ ମିଳିଥିଲା କିନ୍ତୁ ବିନା କୌଣସି କାରଣରେ ଗୋଟିଏ ଦିନ ପୂର୍ବରୁ ସ୍କ୍ରିନିଂ ବାତିଲ କରିଦିଆଯାଇଥିଲା। ପରେ ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ଏହି ଫିଲ୍ମଟି ‘ମହାରାଣୀ ୨’ ନିର୍ଦ୍ଦେଶକ ରବିନ୍ଦ୍ର ଗୌତମଙ୍କ ଦ୍ୱାରା ନିର୍ଦ୍ଦେଶିତ। ଏହି ଫିଲ୍ମରେ ଦିନେଶ ଲାଲ୍ ଯାଦବ (ନିରହୁଆ), ଅଜୟ ମେଙ୍ଗି, ପବନ ମାଲହୋତ୍ରା, ରାଜେଶ ଖଟ୍ଟର, ଗରିମା ବିକ୍ରାନ୍ତ ସିଂହ ଏବଂ ସରୱାର ଆହୁଜା ଭଳି କଳାକାର ମାନେ ଅଭିନୟ କରିଛନ୍ତି।

 

Comments are closed.