Latest Odisha News

BREAKING NEWS

ଜାଲ୍‌ ଜାତିଗତ ପ୍ରମାଣପତ୍ର ପାଇଁ ୨ଲକ୍ଷ ଫାଇନ୍‌ ଦେବେ ସାଂସଦ

ମୁମ୍ବାଇ: ଜାଲ୍‌ ଜାତିଗତ ପ୍ରମାଣପତ୍ର ପାଇଁ ୨ଲକ୍ଷ ଫାଇନ୍‌ ଭରିବେ ସାଂସଦ। ବମ୍ବେ ହାଇକୋର୍ଟ ମଙ୍ଗଳବାର ଦିନ ଅମରାବତୀ ଲୋକସଭା ସଦସ୍ୟ ନବନୀତ କୌର ରାଣାଙ୍କୁ ଦିଆଯାଇଥିବା ଜାତିଗତ ପ୍ରମାଣପତ୍ରକୁ ବାତିଲ କରିଦେଇଛନ୍ତି। ଏହାଛଡ଼ା କୋର୍ଟ କହିଛନ୍ତି ଯେ ଏହା ହେଉଛି ଜାଲ ଜାତିଗତ ପ୍ରମାଣପତ୍ର।

୬ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବା ସହ ଏଥିପାଇଁ ଦଣ୍ଡ ରୂପେ ୨ ଲକ୍ଷ ଟଙ୍କା ଫାଇନ୍‌ ଭରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବିର୍ଦ୍ଦଭର ଅମରାବତୀ ଆସନରୁ ନଭନୀତି ଲୋକସଭାକୁ ଯାଇଥିଲେ। ୨୦୧୯ ରେ ମହାରାଷ୍ଟ୍ରର ଅମରାବତୀ ଲୋକସଭା ଆସନରୁ ଶ୍ରୀମତୀ ରାଣା ନିର୍ବାଚିତ ହୋଇଥିଲେ। ସେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଦ୍ୱାରା ସମର୍ଥିତ ଜଣେ ସ୍ୱାଧୀନ ସାଂସଦ।

Leave A Reply

Your email address will not be published.