Latest Odisha News

BREAKING NEWS

୧୧ ଜୁନରୁ ୧୧ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ହେବ ୟୁରୋ କପ, ଏଥର ୧୧ ଦେଶରେ ଖେଳାଯିବ

ନୂଆଦିଲ୍ଲୀ: ୟୁଇଏଫଏ ୟୁରୋ କପ ଟୁର୍ଣ୍ଣାମେଂଟ ୧୧ଜୁନରୁ ୧୧ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ହେବ । ଭାରତୀୟ ସମୟ ଅନୁସାରେ ଏହା ରାତି ୧୨ଟା୩୦ରୁ ଆରମ୍ଭ ହେବ । ଆଜରବୈଜାନାର ବାକୁ, ଡେନମାର୍କର କୋପେନହେଗନ, ଇଂଲଣ୍ଡର ଲଣ୍ଡନ, ଜର୍ମାନୀର ମ୍ୟୁନିକ, ହଙ୍ଗେରୀର ବୁଡାପେଷ୍ଟ, ଇଟାଲୀର ରୋମ, ନେଦରଲାଣ୍ଡର ଏମ୍ସଷ୍ଟରଡମ, ରୋମାନିଆର ବୁଖାରେଷ୍ଟ, ରୁଷର ସେଂଟ ପିଟର୍ସବର୍ଗ, ସ୍କଟଲାଣ୍ଡର ଗ୍ଲାସଗୋ ଓ ସ୍ପେନର ସେଭିଲରେ ଏହି ମ୍ୟାଚଗୁଡିକ ଖେଳାଯିବ । ଇଂଲଣ୍ଡରେ ସେମିଫାଇନାଲ ଏବଂ ଫାଇନାଲ ମୁକାବିଲା ହେବ ।

୧୧ ଜୁନରୁ ୨୪ ଟିମ୍ ମଧ୍ୟରେ ମୁକାବିଲା ହେବ । ପ୍ରତ୍ୟେକ ଗ୍ରୁପରେ ୪ଟି ଟିମ୍ ରହିବେ । ପର୍ତୁଗାଲ ଟାଇଟଲ ବଂଚାଇବା ପାଇଁ ଏଥର ପଡିଆକୁ ଓହ୍ଲାଇବ । ଜର୍ମାନୀ ଏବଂ ସ୍ପେନ ସର୍ବାଧିକ ୩ଥର ଲେଖାଁଏ ଏହି ଟୁର୍ଣ୍ଣାମେଂଟରେ ବିଜୟ ହାସଲ କରିଛନ୍ତି ।

Leave A Reply

Your email address will not be published.