Latest Odisha News

BREAKING NEWS

ମନ୍ଦ ଉଦ୍ଦେଶ୍ୟ ରଖି ଭଙ୍ଗାଯାଇଥିଲା କଙ୍ଗନାଙ୍କ ଅଫିସର କିଛି ଅଂଶ: ବମ୍ବେ ହାଇକୋର୍ଟ

ମୁମ୍ୱାଇ: ଅଦାଲତି ଲଢ଼େଇ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ବିଜୟ । ମହାରାଷ୍ଟ୍ର ସରକାରଙ୍କ ଲାଗିଛି ଝଟକା । ବେଆଇନ୍ ନିର୍ମାଣ ଅଭିଯୋଗରେ କଙ୍ଗନାଙ୍କ ଅଫିସ ଭାଙ୍ଗିବା ମାମଲାରେ ରାୟ ଶୁଣାଇଛନ୍ତି ବମ୍ବେ ହାଇକୋର୍ଟ । ନିଜ ରାୟରେ କୋର୍ଟ କହିଛନ୍ତି, ମନ୍ଦ ଉଦ୍ଦେଶ୍ୟ ରଖି ବିଏମସି ତାଙ୍କ ଅଫିସର କିଛି ଅଂଶ ଭାଙ୍ଗିଥିଲା । କୋର୍ଟ କହିଛନ୍ତି, ସେ ନଥିବା ସମୟରେ ଅଫିସ ବିଲଡିଂର କିଛି ଅଂଶ ଭଙ୍ଗାଯାଇଥିଲା । ତାଙ୍କୁ ଅତି କମରେ ୨୪ ଘଣ୍ଟା ସମୟ ଦେଇ ଥାଆନ୍ତେ ।

କୌଣସି ଲିଖିତ ଅନୁରୋଧ ନଦେଇ ଅଫିସ ଭଙ୍ଗାଯାଇଥିବାର ପ୍ରମାଣ ରହିଛି । କଙ୍ଗନାଙ୍କୁ ହୋଇଥିବା କ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ମୂଲ୍ୟାୟନ କର୍ତ୍ତା ନିଯୁକ୍ତ କରିବାକୁ କହିଛନ୍ତି କୋର୍ଟ । ଯାହା ଦ୍ୱାରାଉଚିତ କ୍ଷତିପୂରଣ ରାଶ ଦିଆଯାଇପାରିବ । କଙ୍ଗନା ନିଜ ଆବେଦନରେ ବିଏମସି ପାଖୁ ୨ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଥିଲେ ।

ସେହିପରି ବମ୍ବେ ହାଇକୋର୍ଟ କଙ୍ଗନାଙ୍କୁ ସାର୍ବଜନୀନ ସ୍ତରରେ ନିଜ ମନ୍ତବ୍ୟ ରଖିବା ବେଳେ ସଞ୍ଜମତା ରଖିବାକୁ କହିଛନ୍ତି । ସେପ୍ଟମ୍ୱର ୯ ତାରିଖରେ ମୁମ୍ୱାଇ ପାଲି ହିଲ୍ ଅଞ୍ଚଳରେ ଥିବା କଙ୍ଗନା ରଣାଓ୍ୱତଙ୍କ ବଙ୍ଗଳାର କିଛି ଅଂଶ ଭାଙ୍ଗିଥିଲା ବିଏମସି । ବେଆଇନ ନିର୍ମାଣ ଦର୍ଶାଇ ଭାଙ୍ଗିଥିଲା । ସେତେବେଳେ କଙ୍ଗନା ମୁମ୍ୱାଇରେ ନଥିଲେ । ମହାରାଷ୍ଟ୍ରରେ ଶିବସେନା ସରକାର ବିରୋଧରେ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବଙ୍ଗଳାକୁ ଭଙ୍ଗାଯାଇଥିବା ଅଭିଯୋଗ ଆଣିଥିଲେ କଙ୍ଗନା । ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Leave A Reply

Your email address will not be published.