Latest Odisha News

BREAKING NEWS

ମେହବୁବା ମୁଫତିଙ୍କ ଅଭିଯୋଗ; ମୋତେ ପୁନର୍ବାର ଗିରଫ କରାଯାଇଛି

ନୂଆଦିଲ୍ଲୀ: ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି (ପିଡିପି) ନେତା ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଅଭିଯୋଗ କରିଛନ୍ତି ଯେ ତାଙ୍କୁ ପୁନର୍ବାର ଗିରଫ କରାଯାଇଛି। ଏହା ସହ ସେ କହିଛନ୍ତି ଯେ ତାଙ୍କ ଝିଅ ଇଲତିଜାଙ୍କୁ ହାଉସ୍‌ ଆରେଷ୍ଟ୍‌ କରାଯାଇଛି। ମେହବୁବା ମୁଫତି କହିଛନ୍ତି ଯେ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ନାଭିଦ ବାବୁଙ୍କ ସହ ହୋଇଥିବା ଆତଙ୍କବାଦୀ ମାମଲାରେ ବୁଧବାର ଦିନ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦ୍ୱାରା ଗିରଫ ହୋଇଥିବା ପିଡିପି ଯୁବ ୱିଙ୍ଗ ସଭାପତି ୱାହିଦ ପାରାଙ୍କ ପରିବାର ନିକଟକୁ ଯିବାକୁ ଅନୁମତି ଦିଆଯାଇ ନାହିଁ।

ମେହବୁବା ମୁଫତି ଟ୍ୱିଟ୍ ମାଧ୍ୟମରେ ଅଭିଯୋଗ କରିଛନ୍ତି, ‘ମୋତେ ପୁଣି ବେଆଇନ ଭାବେ ଅଟକ ରଖାଯାଇଛି। ଗତ ଦୁଇ ଦିନ ଧରି ଜାମ୍ମୁ କାଶ୍ମୀର ପ୍ରଶାସନ ପୁଲୱାମାରେ ୱାହିଦ୍ ପାରାଙ୍କ ପରିବାରକୁ ଭେଟିବାକୁ ମୋତେ ଅନୁମତି ଦେଇ ନାହିଁ। କାଶ୍ମୀରର ପ୍ରତ୍ୟେକ କୋଣରେ ବିଜେପି ମନ୍ତ୍ରୀ ଏବଂ ସେମାନଙ୍କ କର୍ମଚାରୀଙ୍କୁ ବୁଲିବାକୁ ଅନୁମତି ଦିଆଯାଇଛି, କିନ୍ତୁ ମୋ କ୍ଷେତ୍ରରେ ସୁରକ୍ଷା ଏକ ସମସ୍ୟା।

Leave A Reply

Your email address will not be published.