Latest Odisha News

BREAKING NEWS

ସୋମାଲିଆ ରାଜଧାନୀରେ ଆତ୍ମଘାତୀ ଆକ୍ରମଣ; ୭ ମୃତ ୮ ଆହତ

ନୂଆଦିଲ୍ଲୀ: ସୋମାଲିଆର ରାଜଧାନୀ ମୋଗାଡିଶୁରେ ଥିବା ଏକ ଆଇସକ୍ରିମ ଦୋକାନରେ ଶନିବାର ଆତ୍ମଘାତୀ ବିସ୍ଫୋରଣ ଘଟି ୭ ଜଣଙ୍କର ମୃତ୍ୟୁ ଘଟିଛି। ଅଲ କାଏଦା ସହ ଜଡିତ ଇସଲାମ ଆତଙ୍କବାଦୀ ସଂଗଠନ ଅଲ-ଶବାବ ଏହି ଆକ୍ରମଣ ପାଇଁ ଦାୟୀ ବୋଲି କୁହାଯାଉଛି। ଆମେରିକାର କାର୍ଯ୍ୟକାରୀ ପ୍ରତିରକ୍ଷା ସଚିବ ଖ୍ରୀଷ୍ଟୋଫର ମିଲରଙ୍କ ଗସ୍ତର କିଛି ଘଣ୍ଟା ପରେ ଏହି ଆକ୍ରମଣ ହୋଇଛି। ଆମେରିକାର ରାଷ୍ଟ୍ରଦୂତ ଏବଂ ସୈନିକଙ୍କୁ ଭେଟିବା ପାଇଁ ଖ୍ରୀଷ୍ଟୋଫର ମିଲର ମୋଗାଡିଶୁରେ ପହଞ୍ଚିଥିଲେ।

ସୋମାଲିଆ ସରକାରଙ୍କ ମୁଖପାତ୍ର ସଲାହ ଉମର ହାସନ ଆତ୍ମଘାତୀ ଆକ୍ରମଣକୁ ନିଶ୍ଚିତ କରିଛନ୍ତି। ସରକାରଙ୍କ କହିବାନୁସାରେ, ଏହି ନିର୍ଦ୍ଦୟ ଆତ୍ମଘାତୀ ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ ସୋମାଲିଆର ରାଜଧାନୀ ମୋଗାଡିଶୁରେ ଅଲ-ଶବାବ ଆତଙ୍କବାଦୀ ସଂଗଠନ ଆତଙ୍କବାଦୀ ଆକ୍ରମଣ କରିଆସୁଛି। କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ-ଶବାବ ମଧ୍ୟ ଚଳିତ ବର୍ଷ ଅଗଷ୍ଟରେ ରାଜଧାନୀ ମୋଗାଡିଶୁରେ ଆତଙ୍କବାଦୀ ଆକ୍ରମଣ କରିଥିଲା। ଆତଙ୍କବାଦୀମାନେ ସମୁଦ୍ର କୂଳରେ ଥିବା ଏକ ପ୍ରସିଦ୍ଧ ହୋଟେଲକୁ ଟାର୍ଗେଟ କରିଥିଲେ।

Leave A Reply

Your email address will not be published.