Latest Odisha News

BREAKING NEWS

ପାକିସ୍ତାନର ପ୍ରଥମ ଟ୍ରାନ୍ସଜେଣ୍ଡର ଓକିଲ ଭାବେ ଇତିହାସ ରଚିଲେ ନିଶା ରାଓ

ନୂଆଦିଲ୍ଲୀ: ସମ୍ପ୍ରତି ପାକିସ୍ତାନର ନିଶା ରାଓ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ନିଶା ହେଉଛନ୍ତି ପାକିସ୍ତାନର ପ୍ରଥମ ଟ୍ରାନ୍ସଜେଣ୍ଡର ଓକିଲ। ନିଶା ଏକ ବେସରକାରୀ ସଂଗଠନ ସହିତ ସହିତ ଜଡିତ ଅଛନ୍ତି ଯାହା ଟ୍ରାନ୍ସଜେଣ୍ଡରଙ୍କ ହିତରେ କାର୍ଯ୍ୟ କରୁଛି।

ରିପୋର୍ଟ ଅନୁଯାୟୀ, ପାକିସ୍ତାନର ପ୍ରଥମ ଟ୍ରାନ୍ସଜେଣ୍ଡର ଓକିଲ ନିଶା ରାଓ ସମଗ୍ର ବିଶ୍ୱରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି। କରାଚି ବାର୍ ଆସୋସିଏସନରୁ ଲାଇସେନ୍ସ ପାଇଥିବା ନିଶା ହେଉଛନ୍ତି ପ୍ରଥମ ଟ୍ରାନ୍ସଜେଣ୍ଡର। ନିଶା ରାଓଙ୍କ ସଂଘର୍ଷର କାହାଣୀ ସମଗ୍ର ବିଶ୍ୱରେ ଲୋକଙ୍କୁ ପ୍ରେରଣା ଯୋଗାଉଛି।

ଯେତେବେଳେ ଲାହୋରରେ ଜନ୍ମ ହୋଇଥିବା ନିଶା ରାଓଙ୍କୁ ୧୮ ବର୍ଷ ହୋଇଥିଲା, ସେ ନିଜ ଘରୁ ବାହାରି କରାଚିରେ ପହଞ୍ଚିଥିଲେ। ଦୀର୍ଘ ସମୟ ଧରି ଅନ୍ୟ ଟ୍ରାନ୍ସଜେଣ୍ଡରଙ୍କ ପରି ସେମାନେ ମଧ୍ୟ ରାସ୍ତାରେ ଲୋକଙ୍କୁ ଭିକ୍ଷାବୃତ୍ତି କରି ବଞ୍ଚୁଥିଲେ। କିନ୍ତୁ ଏଥିରେ ସେ ସନୁଷ୍ଟ ନଥିଲେ ସେ ଆଇନରେ ଆଡମିଶନ କଲେ ଏବଂ ଅଧ୍ୟୟନ ଆରମ୍ଭ କଲେ।

କରାଚି ବାର୍ ଆସୋସିଏସନ୍ ନିଶା ରାଓଙ୍କ ପାଇଁ ଓକିଲାତି କରିବାକୁ ଏକ ଲାଇସେନ୍ସ ପ୍ରଦାନ କରିଥିଲା। ନିଶା ରାଓ ଏପର୍ଯ୍ୟନ୍ତ ୫୦ ଟି ମାମଲା ଲଢିଛନ୍ତି। ସେ କହିଛନ୍ତି ଯେ ସେ ପାକିସ୍ତାନର ପ୍ରଥମ ଟ୍ରାନ୍ସଜେଣ୍ଡର ବିଚାରପତି ହେବାକୁ ଚାହୁଁଛନ୍ତି।

ଉଲ୍ଲେଖ ଥାଉ କି, ପାକିସ୍ତାନରେ ଟ୍ରାନ୍ସଜେଣ୍ଡରମାନଙ୍କୁ ସାଧାରଣ ଲୋକ ଭାବରେ ସ୍ୱୀକୃତି ଦେବା ପାଇଁ ୨୦୧୮ ରେ ଏକ ଆଇନ ଅନୁମୋଦନ କରାଯାଇଥିଲା। ଏହି ଆଇନରେ ଟ୍ରାନ୍ସଜେଣ୍ଡରଙ୍କ ସହିତ ଭେଦଭାବ ଏବଂ ହିଂସା ସୃଷ୍ଟିକାରୀଙ୍କ ଦଣ୍ଡବିଧାନର ନିୟମ ପ୍ରଦାନ କରାଯାଇଛି।

Leave A Reply

Your email address will not be published.