Latest Odisha News

ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ କାର ଉପରକୁ ବୋମାମାଡ଼

ଭୁବନେଶ୍ୱର: ଭୁବନେଶ୍ୱର (ମଧ୍ୟ) ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରେ ବୋମାମାଡ଼ ଦ୍ୱାରା ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଶ୍ରୀ ପ୍ରଧାନ ଆହତ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ, ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀର ଡ଼େଲ୍ଟା ଛକ ନିକଟରେ ବିଜେପି ବିଧାୟକ ପ୍ରାର୍ଥୀ କାରରେ ଥିବା ସମୟରେ ତାଙ୍କ ଗାଡ଼ି ଉପରକୁ କେହି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି ।

ପୂର୍ବରୁ ବିଜେପି ପ୍ରାର୍ଥୀ ପ୍ରଚାର କରୁଥିବା ସମୟରେ ତାଙ୍କ ଉପରକୁ ଢେଲାମାଡ଼ ହୋଇଥିବା ନେଇ ସେ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଏହି ବୋମାମାଡ଼ ଆକ୍ରମଣ ଘଟଣା ନେଇ ଛାନଭିନ୍ନ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.